୭୪ ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା , ଭୋଟ ପରେ ପ୍ରତିଶୃତି ଭୁଲିଗଲେ କି ସରକାର !କେବେ ଶୁଣିବେ କଲରାପରୀ ଗାଁ ର ସମସ୍ୟା

0 372

ବାରଙ୍ଗ,୩/୩(ସତ୍ୟସନ୍ଧାନଡେସ୍କ) ସ୍ବାଧିନତାର ୭୪ ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା । ନା ଅଛି ରାସ୍ତା ନା ପିଇବା ପାଇଁ ପାଣି । କେବଳ ଅଛି ନେତା ଓ ବଡ ବାବୁଙ୍କର ପ୍ରତିଶୃତି । ପ୍ରତିଶୃତି ରେ ରହିଯାଇଛି ଏମାନଙ୍କ ଭାଗ୍ୟ । ଏ ଅଫିସ ରୁ ସେ ଅଫିସ ଦୌଡି ଦୌଡି ଅଣୟାତ ହୋଇଗଲେଣି । ହେଲେ ଶୁଣିବାକୁ କେହି ନାହାନ୍ତି । ତେବେ  କେବେ ପଡିବ ବଡବାବୁମାନଙ୍କର ପାଦ । କେବେ ବୁଝିବେ ବାସ୍ତବତାର ଚିତ୍ରକୁ ଓ ସାଧାରଣଲୋକଙ୍କ ମୈାଳିକ ଅସୁବିଧାକୁ ।ଏସିରୁମରୁ ବାହରକୁ ଆସି ପକୃତ ଘଟଣାକୁ ପରଖିବେ । ଆଉ ସୁଧୁରିବ ଗ୍ରାମବାସୀମାନଙ୍କର ଭାଗ୍ୟ । ଆମେ କହୁଛୁ ବାରଙ୍ଗବ୍ଲକ ଅର୍ନ୍ତଗତ ମଧୁପୁର ଗ୍ରାମ ପଂଚାୟତର କଲରାପରୀ ଗ୍ରାମର ଆଦିବାସୀ ସାହି ର କଥା ।
ବ୍ଲକକାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୁରରେ ରହିଛି ଏହି ଗ୍ରାମ ।ନାଁ ଅଛି ପାନୀୟଜଳର ସୁବିଧା ନାଁ ଅଛି ଯାତାୟତର ସୁବିଧା ।କେବଳ ନିର୍ବାଚନ ଆସିଲେ ଏହି ଗ୍ରାମବାସୀ ମାନଙ୍କୁ ସ୍ୱପ୍ନ ଦେଖାଇବା ପାଇଁ ମିଳିଥାଏ ନେତାମାନଙ୍କର ପ୍ରତିଶୃତି । ନିର୍ବାଚନ ସରିଲାପରେ ନେତା ମାନେ ଭୁଲିଯାଇଥାନ୍ତି ଦେଇଥିବା ପ୍ରତିଶୃତି । ସାମୟିକ ଭାବେ ଆଶ୍ୱସ୍ତୀଲାଭ କରୁଥିବା ଗ୍ରାମବାସୀ ମାନେ ପୁଣି ସେହି ଅସୁବିଧା ମଧ୍ୟରେ ଘାଂଟି ହୋଇଥାନ୍ତି ।
ସ୍ୱାଧୀନତାର ୭୪ତମ ବର୍ଷ ପରେ ମଧ୍ୟ ଗ୍ରାମକୁ ରାସ୍ତା, ପାନୀୟ ଜଳ କିମ୍ବା ବିଜୁଳି ଆଲୁଅ ସୁବିଧା ନାହିଁ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକ ମାନଙ୍କର ଯାତାୟତର ଏକ ମାତ୍ର ଭରସା ସାଜିଛି କେନାଲବନ୍ଧ । ବର୍ଷାଦିନେ ଯାତାୟତ ଏକ ପ୍ରକାର ବିଛିର୍ଣ ହୋଇଥାଏ । ପାନୀୟ ଜଳ ପାଇଁ ଗ୍ରାମବାସୀାମନେ କେନାଲ ଉପରେ ନିର୍ଭର କରିଥାନ୍ତି । ବହୁ ସମୟରେ କେନାଲରେ ପାଣି ନଆସିବାରୁ ଲୋକମାନେ ଦୁରକୁ ଯାଇ ପିଇବା ପାଣି ସଂଗ୍ରହ କରିଥାନ୍ତି । କେନାଲ ବନ୍ଧର ରାସ୍ତା ଠାରୁ ଆଦିବାସୀ ସାହିକୁ ରାସ୍ତା ନଥିବାରୁ ବିଜୁଳି ଆଲୁଅ ନାହିଁ କି ପାନୀୟ ଜଳ ସଂଯୋଗର ମଧ୍ୟ ବ୍ୟବସ୍ଥା ନାହିଁ । କୌଣସି ଜରୁରୀ କାଳିନ ସେବା ପହଁଚିବା ଏମାନଙ୍କ ପକ୍ଷରେ ଦିବା ସ୍ୱପ୍ନରେ ପରିଣତ ହୋଇଛି ।ଏହି ସାହିରେ ରହୁଛନ୍ତି ୮ଟି ଆଦିବାସୀ ପରିବାର ।ତେଣୁ ଗୁରୁତ୍ୱ ଦେଉନାହିଁ ପ୍ରଶାସନ ବୋଲି ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି ।ମୈାଳିକ ସୁବିଧା ଯୋଗଇ ଦେବାକୁ ବହୁବାର ବଡବାବୁମାନଙ୍କ ପାଖକୁ ଯାଇ ନେହୁରା ହୋଇ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣପାତ କରୁନାହାନ୍ତି ବୋଲି କହିଛନ୍ତି ଶିବ ଭୋଇ,ସାମନାଥ ମୁର୍ମୁ,ରାମ ମୁର୍ମୁ କୁଶା. ଗେଲୁ ମୁର୍ମୁ ।

ଆଉ ଦିନକେଇଟାପରେ ଆସିବ ପଂଚୟାତ ନିର୍ବାଚନ । ଏବେଠାରୁ ନିଜକୁ ପଂଚାୟତର ନେତାଭାବେ ଉପସ୍ଥାପିତ କରିବାପାଇଁ ସଜବାଜ ଆରମ୍ଭ କଲେଣି ନେତାମାନେ । ତେବେ ଏଥର ଗ୍ରାମବାସୀମାନେ ସେମାନଙ୍କ ମୈଳିକ ସୁବିଧା ପାଇବେ ନା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ କରି ନେତାମାନେ ପ୍ରତିଶ୍ରୃତି କୁ ଫେରାଇବେ ତ।।ହ ସମୟହିଁ କହିବ ।
ଆରପଟେ ବ୍ଲକ କାର୍ଯ୍ୟଳୟଠାରୁ ମାତ୍ର ଅଳ୍ପକେଇହାତ ଦୁରରେ ୮ଟି ପରିବାର ଦୟନୀୟ ଅବସ୍ଥାରେ ଥିବାବେଳେ ଏସି ରୁମ୍ ରୁ କେବେ ବଡବାବୁମାନେ ବାହାରି ଲୋକମାନଙ୍କ ପାଖରେ ପହଁଚି ସେମାନଙ୍କ ଦୁଃଖର ବାସ୍ତବତାକୁ ପରଖିବେ ତାହା ଦେଖିବାକୁ ବାକି ରହିଲା । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.