ମାର୍ଚ୍ଚ ୨୭ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

0 261

ଭୁବନେଶ୍ୱର,୩/୩(ଏସଏସନିୟୁଜ) ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ । ଏଥି ପାଇଁ ଓକିଲ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦାମ ଚରଣ ଦାସଙ୍କୁ ମନୋନିତ କରାଯାଇଛି। ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଲାଗୁ ହୋଇଥିବାରୁ ଗୋଟିଏ ଦିନ ସବୁ ଓକିଲ ସଂଘର ନିର୍ବାଚନ ହେବ। ଚଳିତ ମାସ ୬ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ। ୧୩ତାରିଖରେ ପ୍ରାର୍ଥପତ୍ର ପ୍ରତ୍ୟାହାର ଗ୍ରହଣ କରାଯିବ। ୧୫ତାରିଖରେ ପ୍ରାର୍ଥିଙ୍କ ନାମ ଘୋଷଣା କରାଯିବ। ୨୭ତାରିଖରେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ବାଚନ କରାଯିବ। ସେହିଦିନ ଅପରାହ୍ନ ୪ଟାରୁ ଭୋଟ ଗଣତି କରାଯିବ। ଏହି ନିର୍ବାଚନକୁ ଦାସଙ୍କ ସମେତ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ଦାଥ ଦାସ, ଆଶିଷ କୁମାର ଦାସ, ରାଜେଶ୍ବର ହୋତା, ସୌଭାଗ୍ୟ ଶଙ୍କର ଦେଓ ସହାୟକ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଭୁବନେଶ୍ବର ଓକିଲ ସଂଘର ସମ୍ପାଦକ ରାଜ୍ କିଶୋର ଦାସ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.