୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

0 68

ଭୁବନେଶ୍ୱର,୨୬ା୧(ଏସଏସନିଉଜ) କାନନବିହାର-୨ସ୍ଥିତ ଶ୍ରୀଜୟଦେବଶିକ୍ଷାକେନ୍ଦ୍ରରେ ୭୫ ତମ ସାଧାରଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର ଏବଂ ସଂପାଦକ ତଥା ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଜୟପ୍ରକାଶ ମିଶ୍ର ଓ ମୁଖ୍ୟଅତିଥିଭାବେ ରୋଟାରିଆନ ଅବନିକାନ୍ତ ପାଟ୍ଟଯୋଶୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତ ଗାନ ପରେ ଅତିଥିଗଣ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସଭାନେତ୍ରୀ ମିଶ୍ର ତାଙ୍କର ଅଭିଭାଷଣରେ ଗଣତନ୍ତ୍ର ଦିବସର ମହତ୍ଵ ପ୍ରତିପାଦନ କରିବା ସହିତ ଆମର ଆଗାମୀ ବଂଶଧରମାନଙ୍କୁ ଉକ୍ତ ଦିବସର ତାତ୍ପର୍ଯ୍ୟବିଷୟରେ ଅବଗତ କରାଇବା ଅନିର୍ବାଯ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡିଆ , ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷାରେ ସଂପୂର୍ଣ୍ଣ ଦିବସର ମହତ୍ବକୁ ନିଜର ବକ୍ତୃତାର ଉପସ୍ଥାପନ କରିଥିଲେ। ପିଲାମାନଙ୍କୁ ଚାରୋଟି ବିଭାଗରେ ବିଭକ୍ତ କରାଯାଇ ସାସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଛୋଟ ଛୋଟ ଶିଶୁମାନଙ୍କର ଦେଶଭକ୍ତି ଗୀତର ତାଳେ ତାଳେ ନୃତ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଥିଲା। ଶେଷରେ ପ୍ରଧାନଆଚାର‌୍ୟ୍ୟ ଧନ୍ୟବାଦଅର୍ପଣ କରିଥିଲେ।

ମେଣ୍ଢାଶାଳ ସେବାସମବାୟ ସମିତିରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ମେଣ୍ଢାଶାଲ ସେବାସମବାୟସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ପତାକା ଉତୋଳନ କରିଥିଲେ । ମେଣ୍ଢାଶାଳ ଶାଖାପରିଚାଳକ ବିକାଶକୁମାର. ସୁପରଭାଇଜର ସନ୍ତୋଷ ମଙ୍ଗରାଜ. ପରିଚାଳନାନିର୍ଦେଶକ ରାଜଖାନ. ନିମାଇଁଚରଣବିଶ୍ୱାଳ. କାଳୁଦାସ. ସରୋଜପାତ୍ର. ଗୁରୁପ୍ରସାଦ ସାମନ୍ତରାୟଙ୍କ ସମେତ ଗ୍ରାମର ବୟୋଜ୍ୟେଷ୍ଠବ୍ୟକ୍ତି ପ୍ରଫୁଲଶ୍ରୀଚନ୍ଦନ. ବିଜୟ ବଡ଼ଜେନା. ସର୍ବେଶ୍ୱର ସାମନ୍ତରାୟ. ଜୟନାରାୟଣମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ସମ୍ପାଦକ ହିମାଂଶୁ ଶେଖର ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ ।

ମୁଣ୍ଡଳିସ୍ଥିତ ସିଏସ୍ଏଫ୍ ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ରରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଡିଅଇଜି ମାମୁନ୍ ଉର ରସିଦ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।ଏହାପରେ ସିଆଇଏସଏଫର ଜବାନମାନଙ୍କଦ୍ୱାରା ବିଭିର୍ଣ କୈାଶଳ ସାଙ୍ଗକୁ ସାଂସ୍କୃତିକକାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ସାଙ୍କାରାଓ ବାଇରେଡି, କମାଣ୍ଡାଣ୍ଟ ନୀରଜ କୁମାର ଉପସ୍ଥିତଥିବାବେଳେ ପ୍ରଶିକ୍ଷାର୍ଥୀମାନେ ବିଭିର୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.