ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା

ଚାଲିଗଲା ୩ଜୀବନ

0 75

ଆସିକା,୨୬ା୧(ଏସଏସନିଉଜ) ଆଜି ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାର ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ଧକ୍କା ହୋଇସାରିବାପରେ ମୃତଦେହ ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ।ଖବରପାଇ ଆସିକା ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ପିକଅପ୍ ଭ୍ୟାନ କାଟି ମୃତକମାନଙ୍କୁ ଉଦ୍ଧାର କରିଥିଲେ। ବସଟି ଯାତ୍ରୀନେଇ ଯାଉଥିବା ବେଳେ ପିକ୍ଅପ୍ ଭ୍ୟାନ ଆସିକାରୁ ବ୍ରହ୍ମପୁର ଆସୁଥିବାବେଳେ ମୁହାଁମୁହିଁଧକ୍କା ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.