୭ଟି ପର୍ଯ୍ୟାୟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ

0 264

ଭୁବନେଶ୍ୱର,୮/୧(ଏସ ଏସ ନିଉଜ)୫ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଏଥର ୭ଟି ପର୍ଯ୍ୟାୟରେ ହେବ ।ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ।ସେହିପରି ୧୪ ଫେବୃଆରୀରେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ ନିର୍ବାଚନ୍ ହେବ । ମଣିପୁରରେ ଫେବୃଆରୀ ୨୭,ମାର୍ଚ୍ଚ ୩ ତାରିଖରେ  ବିଧାନସଭା ନିର୍ବାଚନ୍ ଭୋଟ୍ ହେବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି ।

Leave A Reply

Your email address will not be published.