୮୦୦ରୁ ୧୫ହଜାର କୋଟିର ମାଲିକ

ଭୁବନେଶ୍ୱର,୨୧।୨(ଏସଏସନିଉଜ)କିଟ୍‌ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବାବୁ ସିଂ ତାଙ୍କ ବିବୃତିରେ କିଟ୍‌ କେଳେଙ୍କାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।ସେ ତାଙ୍କ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଛନ୍ତି।ସେ କହିଛନ୍ତି୧୯୯୧ରେ ମହର୍ଷିରେ ପଢ଼ାଇବା ବେଳେ ୮୦୦ଟଙ୍କା ଦରମା ପାଉଥିଲେ।୩୨ବର୍ଷ ପରେ ୧୫ ହଜାର କୋଟିର ମାଲିକ ଅଚ୍ୟୁତ ସାମନ୍ତ ବନିଯାଇଛନ୍ତି ବୋଲି
ବାବୁ ସିଂ କହୁଛନ୍ତି।ବିଜୁପଟ୍ଟନାୟକ ସରକାରରେ ଲୋନ୍‌ ନେଇ AICTE ଦ୍ବାରା ଲଙ୍କା ସାମ୍ରାଜ୍ୟ ଆରମ୍ଭ କରିଥିଲେ। ଶିକ୍ଷାନାଁରେ କଳା କାରନାମା କରି ସମାଜକୁ କଳୁଷିତ କରିଛନ୍ତି ଅଚ୍ୟୁତ।ଆଦିବାସୀଜମି ହଡ଼ପ, ଜଙ୍ଗଲଜମିରେ ଅଟ୍ଟାଳିକା କରିଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି।ଏହାସହ ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, ସାଂସଦ କଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।

- Advertisement -

Leave A Reply

Your email address will not be published.