୯ ସୁଦ୍ଧା ସରିବ ରଥ ନିର୍ମାଣ କାର୍ଯ୍ୟ

0 152

ପୁରୀ,୧/୭(ଏସ ଏସ ନିୟୁଜ)ପାଖେଇ ଆସୁଛି ରଥ ଯାତ୍ରା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି ଜୋରଦାର । ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ୮୫ରୁ ୯୦ ପ୍ରତିଶତ ରଥ ନିର୍ମାଣ କାର୍ଯ୍ୟ ୟ ଶେଷ ହୋଇଛି। ତେବେ ତିନି ରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରଭା ଫ୍ରେମରେ ପଡ଼ା ବାଡ଼ାଯିବା ପରେ ରୂପ ଖୋଦେଇ ପଟା ସଂଯୋଗ ଚାଲିଛି। ଚାରସିପରିଛାକୁ ମୁଣ୍ଡାଇ ରଖିବା ପାଇଁ ୫ଟି ଲେଖାଏଁ ଗୁଣ୍ଡି ନିର୍ମାଣ ହୋଇ ରଥ ସମ୍ମୁଖ ସାଲଗୁଜଗୁଡ଼ିକରେ ସଂଯୋଗ କରାଯାଇଛି। ଘୋଡ଼ା ଖଞ୍ଜିବା ପାଇଁ ଇଶ ନିର୍ମାଣ ଶେଷ ହୋଇ ବିନ୍ଧ କାର୍ଯ୍ୟ କରାଯିବା ସହ ୩ ରଥର ୪ଟି ଲେଖାଏଁ ପାଦି ନିର୍ମାଣ ସରିଛି ।ଏନ୍ୟପଟେ ଚିତ୍ରକର ସେବକମାନେ ଦୁଆର ବେଢ଼ାରେ ଚିତ୍ର କରିବା ସହ ରଥ ପାର୍ଶ୍ବ ଦେବାଦେବୀ, ନାଟଗୋଡ଼, ଓଲଟ ଶୁଆରେ ରଙ୍ଗ ଦେଉଛନ୍ତି। କପଡ଼ା ସହ ଜରି ଲେସ୍ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ, ରଥ ସେବକମାନଙ୍କ ସେବା ଭାବ, କର୍ତ୍ତବ୍ୟନିଷ୍ଠା ଯୋଗୁ ରଥନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆଉ ଅଳ୍ପ କିଛି କାମ ବାକି ଥିବାରୁ ୯ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ରଥଯାତ୍ରାକୁ ଯେପରି କୋଭିଡ୍ କଟକଣା ଭିତରେ ସୁରୁଖୁରୁରେ ସମ୍ପାଦନ କରାଯିବ ସେଥିନେଇ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।

Leave A Reply

Your email address will not be published.