ଗୌତମ ଆଦାନୀଙ୍କ ଜନ୍ମଦିନରେ ବୃକ୍ଷରୋପଣ

0 295

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଆଦାନୀଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଜନ୍ମଦିନ ଅବସରରେ ଆଦାନୀ ଧାମରାପୋର୍ଟ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୋର୍ଟ ପାରିପାଶ୍ୱର୍ରେ ଥିବା ୪ଟି ଗ୍ରାମ ପଂଚାୟତଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ପଂଚାୟତରେ ଖାଲିସ୍ଥାନମାନଙ୍କରେ ବିଭିନ୍ନ ଗଛ ଲଗାଯାଇଥିଲା । କୋଭିଡ ଗାଇଡ ଲାଇନକୁ ଅନୁପାଳନ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ଟି ବୃକ୍ଷଲଗାଯାଇଛି ।ସପ୍ତାହେବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡିପିସିଏଲ୍ ଉଦ୍ୟାନକୃଷିବିଭାଗ ସହାୟତାରେ ୨୫୦ ବୃକ୍ଷରୋପଣ କରାଯିବ ।

Leave A Reply

Your email address will not be published.