ଆଜିର ଅନୁଚିନ୍ତା

ତାରିଖ - ୨୪:୦୩:୨୦୨୧ (ବୁଧବାର)

0 308

➡️ଆଜିର ଏ ଦୁନିଆରେ ତୁମେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ ।କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ ।
➡️ଧୋକା ସମସ୍ତେ ଦେଇ ପାରିବେ କିନ୍ତୁ ଜୀବନ ସାରା ହାତ ଧରି ଚାଲିବାର ଔକାତ ସମସ୍ତଙ୍କର ନଥାଏ ।
➡️କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ମଣିଷର ଯୋଗ୍ୟତାର ପରିଚୟ, ବ୍ୟବହାର ମଣିଷର ବଂଶର ପରିଚୟ ଦିଏ ।
➡️ଧନ ଜନ ନେଇ ଗର୍ବ କର ନାହିଁ କିଛି ନୁହେଁ ଚିରସ୍ଥାୟୀ ଜୀବନ ବି ଏଠି ପାଣିର ଫୋଟକା ଆଜି ଅଛି କାଲି ନାହିଁ ।
➡️ବନ୍ଧୁର ବନ୍ଧୁତାରେ କିଛି ଜଙ୍କକ୍ଷର ନଥାଏ, ଆଉ ଏହାକୁ ଶିଖାଇବା ପାଇଁ କୌଣସି ଝମଷକ୍ଟକ୍ଟକ୍ଷ ନଥାଏ ।
➡️”ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ !
➡️”ପବିତ୍ରତା ସତ୍ୟ ଓ ବିଶ୍ବାସ ଏବଂ ଉତ୍ତମମାତ୍ରାରେ ପୁର୍ଣ୍ଣମନୁଷ୍ୟ ଉନ୍ନତି ଧ୍ବଜା ହାତରେ ଧରି ଯେତେବଳେ ବଢି ଚାଲିବ ସେତେବେଳେ କେହି ତାର ପଥରୋଧ କରିପାରିବ ନାହିଁ !
➡️”କଥା କହିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମ କଥା ଶୁଣିବାକୁ ବ୍ୟାକୁଳ ହେବେ ,କଥା ଶୁଣିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମକୁ ପ୍ରତ୍ୟହ ତୁମ କଥା କହିବେ !
➡️”ଆଶାନୁରୂପ ଫଳ ନମିଳିଲେ ଅଧୈର୍ଯ୍ୟ ନହୋଇ ଧୈର୍ଯ୍ୟର ସହିତ ଅଧିକ ସୁଫଳ ପାଇବା ପାଇଁ ପ୍ରଯତ୍ନ ଜାରି ରଖିବା ଉଚିତ୍ !
➡️”ଏ ଦୁନିଆଁ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଚଂଳ, ଗତିଶୀଳ । କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ !
➡️”ଏ ଶରୀର, କଳ୍ପନା, ଆଶା, ଆକାଂକ୍ଷା, ଧନ ସମ୍ପତ୍ତି ସବୁ କିଛି ଧ୍ୱଂସ ହୋଇଯାଏ ମୃତ୍ୟୁରେ । ମୃତ୍ୟୁ ଆଗରୁ ଏମିତି କିଛି କାମ କରାଯିବା ଆବଶ୍ୟକ ଯାହା ଫଳରେ କାଳ କବଳିତ କରିପାରିବନି ଯଶକୁ ସୁନାମକୁ !
➡️”କର୍ମ ଘେନି ମଣିଷ ଛୋଟ ବଡ, ଉଚ୍ଚ ନୀଚ ଜାତିର ବୋଲି ଜଣା ଯାଏ !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜଗନ୍ନାଥ !

Leave A Reply

Your email address will not be published.