ପାକିସ୍ତାନ ମୁହଁରେ ଶାନ୍ତିର କଥା

ସକାଳର ଖବର,ତାରିଖ ୨୪/୦୩/୨୦୨୧,ବୁଧବାର

0 266

➡️୧-ରାଜ୍ୟରେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ,ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
➡️୨-ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର ।
➡️୩-ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା ।
➡️୪-କୋଭିଡ ନିୟମର ଅନୁପାଳନକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ଜିଲାପାଳ ଓ ଏସ୍‌.ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ।
➡️୫-ଚଳିତ ମାସ ୩୦ ତାରିଖ ଠାରୁ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଟ୍ରେନ ଚଳାଚଳ ଆରମ୍ଭ ହେବ ।
➡️୬-ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ।
➡️୭-ରାଜଧାନୀରେ ସାଇରନ ବଜାଇ ଲୋକଙ୍କୁ ସଚେତନ କଲା କମିଶନରେଟ ପୋଲିସ । ଏଣିକି କୋଭିଡ୍ ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।
➡️୮-ମାସ୍କ ବ୍ୟବହାରକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବା ସହିତ ସର୍ଭେଲାନ୍‌ସ ଓ ଟେଷ୍ଟିଂ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
➡️୯-କରୋନା ଡରରୁ ଫେରିଲା କଟକଣା: ବାହାଘରରେ ୨୦୦ ଓ ଶୁଦ୍ଧି କ୍ରିୟା ପାଇଁ ୫୦ଜଣଙ୍କୁ ଅନୁମତି, ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ।
➡️୧୦-ପିପିଲି ଉପନିର୍ବାଚନ ; ଅପ୍ରେଲ ୧୭ରେ ମତଦାନ, ମେ ୨ରେ ଭୋଟଗଣତି,
➡️୧୧-ଟିଟିପିଏସ୍‌ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ, ୩୧ରୁ ସମ୍ପୂର୍ଣ୍ଣ ବନ୍ଦ ହେବ ପ୍ଲାଣ୍ଟ ।
➡️୧୨-ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ଜୋରଦାର ହେଲା ପ୍ରାର୍ଥୀ ଖୋଜା । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର, ଦୁଇ ତିନି ଦିନ ଭିତରେ ବିଜେପି ଓ କଂଗ୍ରେସ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ ।
➡️୧୩-ମାଲକାନଗିରି ସୀମାରେ ସୈତାନ ମାଓବାଦୀଙ୍କ ବର୍ବରକାଣ୍ଡ ।ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ୫ଜଣ ଡିଆରଜି ଯବାନ ସହିଦ, ୧୫ରୁ ଅଧିକ ଯବାନ ଗୁରୁତର ।
➡️୧୪-ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ ।
➡️୧୫-ସୁସ୍ଥ ହେଲେ କରୋନା ଆକ୍ରାନ୍ତ ଥିବା ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି ।
➡️୧୬-ଦିଲ୍ଲୀରେ Covid-19 ଅନିୟନ୍ତ୍ରିତ, ଗତକାଲି ଗୋଟିଏ ଦିନରେ ୧ହଜାର ୧୦୦ ସଂକ୍ରମିତ । ଫଳରେ ରାଜଧାନୀ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬.୪୯ ଲକ୍ଷ ପାର କରିଥିବା ବେଳେ ପଜିଟିଭିଟି ହାର ୧.୩୧ ପ୍ରତିଶତକୁ ଛୁଇଁଛି।
➡️୧୭-ପଶ୍ଚିମବଙ୍ଗରେ ବଡ ଧରଣର ଓଲଟ ପାଲଟ କରିପାରେ ବିଜେପି, ପ୍ରଥମ ଥର ବହୁମତଠୁ ତଳକୁ ଖସିଲା ଟିଏମସି: ସିଏନଏନ-ଏବିପି ନ୍ୟୁଜ୍ ସର୍ଭେ ।
➡️୧୮-ସୈତାନ ପାକିସ୍ତାନ ମୁହଁରେ ଶାନ୍ତିର କଥା । ଭାରତ ସହ ଭଲ ସମ୍ପର୍କ ନେଇ ଶାନ୍ତିର ପ୍ରବଚନ ଦେଲେ ପାକିସ୍ତାନର ହାଇକମିଶନର । କହିଲେ ଦାରିଦ୍ୟ ଓ ଅଶିକ୍ଷାକୁ ହଟାଇବାକୁ ଉଭୟ ଭାରତ ଓ ପାକିସ୍ତାନ କାମ କରିବା ଉଚିତ୍ ।
➡️୧୯-ପୁଣେରେ ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ,ଇଂଲଣ୍ଡକୁ ୬୬ ରନ୍‌ରେ ହରାଇଲା ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ସିରିଜ ଆଗୁଆ ହୋଇଛି।
➡️୨୦-ଶ୍ରେୟସଙ୍କ ବାମ କାନ୍ଧର ହାଡ ଖସିଲା, ଦିନିକିଆ ସିରିଜ୍ ସହ ଆଇପିଏଲ ଖେଳିବା ନେଇ ସନ୍ଦେହ, ସୂର୍ଯ୍ୟକୁମାରଙ୍କୁମିଳିବ ସୁଯୋଗ ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.