ନବରଙ୍ଗପୁରରେ ହେବ ନାଇଟ୍ କର୍ଫ୍ୟୁ

0 273

ନବରଙ୍ଗପୁର,୨୪/୩(ଏସଏସନିୟୁଜ)ମହାମାରୀ କରୋନା ଫେରିବା ସହ ତାର କାୟା ବିସ୍ତାର କରିବାକୁ ଉଦ୍ୟମ କୁ ପ୍ରତିହତ କରିବାପାଇଁ ତପ୍ତରତା ପ୍ରକାସ କରିବା ସହ ଜନସାଧାରଣ ସଚେତନ ରହି କୋଭିଡ ନୀୟମକୁମାନିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟସରକାର ।ଏହି ଆଧାରରେ ମାର୍ଚ୍ଚ ୨୫ ରୁ ନବରଙ୍ଗପୁର ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରାତିର କର୍ଫ୍ୟୁ ସମୟରେ ଜରୁରୀକାଳୀନ ଉଦ୍ଦେଶ୍ୟ ବ୍ୟତୀତ ବ୍ୟକ୍ତିବିଶେଷଙ୍କ ଗତିବିଧି କୁ ନିଷେଧ କରାଯାଇଛି ।ଏହିସମୟରେ ଘର କିମ୍ବା ଘର ପରିସରରେ ଏକାଠି ହେବା ବ୍ୟତୀତ ସାର୍ବଜନୀନ କିମ୍ବା ବେସରକାରୀ ସ୍ଥାନରେ ପାଞ୍ଚରୁ ଅଧିକ ବ୍ୟକ୍ତିଙ୍କ ସମାବେଶକୁ ଅନୁମତି ଦିଆଯିବ ନାହିଁ । ଅଣ-ଅତ୍ୟାବଶ୍ୟକ ସମାବେଶ ଏବଂ ସଭାଗୁଡ଼ିକ ବାତିଲ୍ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.