ଭଗିପୁରରେ ୨୨ ଟିକିଆ ହାତୀପଲ

0 271

ବାଙ୍କୀ ,୨୫/୩(ଏସଏସନିୟୁଜ)ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଭଗିପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୨ ଟିକିଆ ହାତୀପଲ ଆସି ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଥିବା ଚାଷୀମାନେ ସକାଳୁ ଦେଖିବାକୁ ପାଇଛନ୍ତି।ଅଞ୍ଚଳର ଚାଷୀମାନେ ଖରା ବର୍ଷା ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଧାନ ଫସଲ ଫଳାଉଛନ୍ତି।ଗୋଟିଏ ପଟେ ଧାନ ସବୁ କେଣ୍ଡା ବାହାରିବାରେ ଲାଗିଥିଲା ବେଳେ ଏପଟେ ୨୨ଟିକିଆ ହାତୀପଲ୍ଲ ଆସି ଧାନ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଉଛନ୍ତି।ଫଳରେ ଚାଷୀର ମେରୁଦଣ୍ତ ଭାଙ୍ଗି ଯାଇଛି।ବନ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଗୋଚର କରିବା ସହ ଚାଷୀ ମାନଙ୍କୁ ହାତୀ ଘଉଡ଼ାଇବା ପାଇଁ ବ୍ୟବହୃତ ସାମଗ୍ରୀ ସମେତ କ୍ଷତି ପୁରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.