କାରଖାନା ଭିତରେ ପଶିଲା ହରିଣ

0 349

ବାରଙ୍ଗ,୨୬/୩(ଏସଏସନିୟୁଜ) ବାରଙ୍ଗ ବ୍ଲକ ମୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଭାଲୁଙ୍କା ଗ୍ରାମ ନିକଟରେ ଥିବା ଏକ ଘରୋଇ ବ୍ୟାଟେରୀ କାରଖାନା ଭିତରକୁ ଆଜି ଅପରାହ୍ନ ୧ ଘଟିକା ସମୟରେ ଏକ ମାଇ ହରିଣ ପସି ଆସିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଭଗିପୁର ବନଖଣ୍ଡ ବିଭାଗୀୟ ଅଧିକାରୀଙ୍କୁ ଖବର ଦେବା ପରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମାଈ ହରିଣଟିକୁ ଉଦ୍ଧାର କରିବା ସହ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡ଼ିଦେଇଛନ୍ତି।ଗ୍ରୀଷ୍ମ ଦିନ ଯୋଗୁଁ ଜଙ୍ଗଲୀ ଜୀବ ଜନ୍ତୁ ଏବେ ଜଳ ଅନ୍ୱେଷଣରେ ଗାଁ ମୁହା ହେଉଛନ୍ତି।ଏହା ସହ ଜଙ୍ଗଲ ନଷ୍ଟ,ନିଆଁ ଲାଗିବା,ଜଙ୍ଗଲରେ ଅବାଧ ଜନ୍ତୁ ଶିକାର ଆଦି କାରଣରୁ ଜୀବ ଜନ୍ତୁ ଗାଁ ମୁହାଁ ହେଉଛନ୍ତି।ତେଣୁ ବନ ବିଭାଗ ଏହି ସବୁ ଘଟଣା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.