ସମୁଦ୍ରରେ ଟ୍ରାଫିକ ଜାମ !

ସକାଳର ଖବର,ତାରିଖ ୨୬/୦୩/୨୦୨୧,ଶୁକ୍ରବାର

0 363

୧-ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ‘ଭାରତ ବନ୍ଦ’ ।ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ସହ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ।
୨-ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ ସହରର ପାରଦ ୪୦ ଡେଇଁଲା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ ବୃଦ୍ଧି ପାଇବ।
୩-ପୁନଃବିକଶିତ ହେବ କଳିଙ୍ଗ ଷ୍ଟୁଡିଓ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ , ୨୦୦ କୋଟିର ପ୍ରକଳ୍ପ ।
୪-ପୁଣି ଡରାଇଲା କରୋନା । ୫ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ପାର । ୨୪ ଘଂଟାରେ ଗଲା ୨୫୧ ଜଣଙ୍କ ଜୀବନ ।
୫-ଗାୟିକା ଆଶା ଭୋସଲେ ପାଇବେ ମହାରାଷ୍ଟ୍ର ସରକାରଙ୍କ ସର୍ବୋଚ୍ଚ ସମ୍ମାନ, ୨୦୨୦ ବର୍ଷ ଲାଗି ହେବେ ସମ୍ବର୍ଦ୍ଧିତ ।
୬-କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ : ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ସଂକ୍ରମଣ ।
୭-ପିପିଲି ଉପନିର୍ବାଚନ ଲାଗି ବିଜେପି’ର ପ୍ରାର୍ଥୀ ଘୋଷଣା,ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଲଢ଼ିବେ ଆଶ୍ରିତ ପଟ୍ଟନାୟକ ।
୮-ସମ୍ବଲପୁର ଟାଉନ ଥାନାଧିକାରୀଙ୍କ ନାମରେ ଜାଲିଆତି ମାମଲା : ୪ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୯-ଏପ୍ରିଲ ୩ରେ ହେବାକୁ ଥିବା ଉତ୍କଳ ସମାବର୍ତ୍ତନ ଉତ୍ସବରେ ୫ ବ୍ୟକ୍ତିିତ୍ବଙ୍କୁ ମିଳିବ ସମ୍ମାନଜନକ ଡିଲିଇଟି,ମୁଖ୍ୟଅତିଥି ଭାବେ ଉପ-ରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ କାର‌୍ୟ୍ୟକ୍ରମରେ ଯୋଗଦେବେ ।
୧୦-ସୋଆରେ ସପ୍ତାହବ୍ୟାପୀ ଚାଲିଥିବା ଏନ୍‌ସିସି ଶିବିର ଉଦ୍‌ଯାପିତ ।
୧୧-କନ୍ଧମାଳରେ ଆରମ୍ଭ ହେଲା କଣ୍ଟେନମେଣ୍ଟ, ଅଂଚଳରେ ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ।
୧୨-ପଶ୍ଚିମବଙ୍ଗ, ଆସାମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ, ଆସନ୍ତାକାଲି ପଶ୍ଚିମବଙ୍ଗର ୩୦ଟି ଓ ଆସାମର ୪୭ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।
୧୩-ତାମିଲନାଡୁରେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ବିଧାୟକ ପ୍ରାର୍ଥୀ କହିଲେ, ନିର୍ବାଚନ ଜିତିଲେ ଦେବେ ହେଲିକପ୍ଟର, ୧କୋଟି ଟଙ୍କା ସହ ତିନି ମହଲା କୋଠା ।
୧୪-ବେଙ୍ଗାଲୁରୁକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର ।
୧୫-ଭାଇଜାନଙ୍କ ଫିଲ୍ମ ‘ରାଧେ’ରେ ଓଡ଼ିଆ ଅଭିନେତା ରାମ ସିର୍କା, ଆସନ୍ତା ଇଦ୍‌ରେ ରିଲିଜ ହେବ ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ବହୁ ଅପେକ୍ଷିତ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ।
୧୬-ସମୁଦ୍ରରେ ଟ୍ରାଫିକ ଜାମ ! ସୁଏଜ କେନାଲରେ ଅଟକି ରହିଛି ଏଭର ଗ୍ରୀନ ନାମକ ଏକ ମାଲବାହୀ ଜାହାଜ । ଏହା ଫଳରେ ଉଭୟ ପଟେ ପ୍ରାୟ ଦେଢ ଶହ ଜାହାଜ ଅଟକି ରହିଛନ୍ତି । ଏହି ଜାହାଜରେ ଥିବା ଅଧିକାଂଶ କର୍ମଚାରୀ ହେଉଛନ୍ତି ଭାରତୀୟ ।
୧୭-ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟକୋଷ୍ଟ ରେଲୱେ ଓ ସାଳନ୍ଦୀ କ୍ଳବ ବିଜୟୀ ।
୧୮-ଇଂଲଣ୍ଡକୁ ଝଟକା, କ୍ୟାପଟେନ୍ ମୋର୍ଗାନ୍ ଦିନିକିଆ ସିରିଜରୁ ଆଉଟ୍, ଆହତ କାରଣରୁ ସିରିଜର ବାକି ଦୁଇଟି ମ୍ୟାଚରୁ ବାଦ୍ ପଡିଲେ ।
୧୯-ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ : ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟ​‌ରେ ଦ୍ବିତୀୟ ଦିନିକିଆ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଦିନ ୧.୩୦ରେ ଖେଳାଯିବ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.