ରାତି ପାହିଲେ ଭୋଟ

ଖବର ଏବେ ଦିହିପହରର .... ତାରିଖ : ୨୬-୦୩-୨୦୨୧

0 326

?ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ବାଗତ ସମ୍ବର୍ଦ୍ଧନା । ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ମୋଦୀ ହେବେ ସାମିଲ ।
?ଆଜି ଖେଳାଯିବ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍, ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟାରେ ଟସ୍ ପଡ଼ିବ। ସେହିଭଳି ମ୍ୟାଚ୍ ୧.୩୦ ରେ ଆରମ୍ଭ ହେବ।
?ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ ରାଜପଥ ଅବରୋଧ ।
?ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୩୪ କୋଭିଡ୍ ପଜିଟିଭ୍, ୩୩୯୬୯୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।
?ମାଟ୍ରିକ ପରୀକ୍ଷା ନେଇ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ୩୨୨୧ ସେଣ୍ଟର ପାଇଁ ୧୪୦ଟି ସ୍କ୍ୱାର୍ଡ ଗଠନ ।ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ।
?ବଜାରକୁ ଆସିଲା ଇଲେକ୍ଟ୍ରିକ୍ ବାଇକ୍ ‘ଗେଲିଓଜ୍ ହୋପ୍’ : ଥରେ ଚାର୍ଜ ହେଲେ ଚାଲିବ ୭୫ କିମି, ମାତ୍ର ଏତିକି ଟଙ୍କା ରହିଛି ଦାମ୍ ।
?କମଲା ହ୍ୟାରିସ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି !କମଳା ହାରିସ୍ ଲୋକଙ୍କ ଅଧିକ ପସନ୍ଦ ବୋଲି କହିଛି ବ୍ରିଟେନ୍ ବୁକ୍‌ମେକର ଲାଡ୍‌ବ୍ରୋକ୍ସ।
?୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଦେହରେ କୋଭିଡ୍‌-୧୯ ଟିକା ପରୀକ୍ଷା ଆରମ୍ଭ କଲା ‘ଫାଇଜର୍ ।
?ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର -୨୦୨୦: ୧ ଲକ୍ଷ ୩୪ ହଜାର ୨୩୦ଟି ଅପରାଧ ମାମଲା ପଞ୍ଜିକୃତ ।
?ବଢୁଥିବା କରୋନା ସଂକ୍ରମଣକୁ ନେଇ ମତ ରଖିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କହିଲେ ଲକଡାଉନ୍ ହେବା ଭଳି ଆସିନାହିଁ ସ୍ଥିତି । ସେପଟେ ଡିଜିଟାଲ ମୁଦ୍ରା ନେଇ ମତଭେଦ ନଥିବା ଦେଲେ ସୂଚନା ।
?୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦେବା ପାଇଁ ଘରୋଇ ହସ୍ପିଟାଲର ବ୍ୟାପକ ପ୍ରସ୍ତୁତି ।
?ରିଲିଜ୍ ହେଲା ଚଳଚ୍ଚିତ୍ର ‘ସାଇନା’, ପ୍ରଶଂସା ଗୋଟାଇ ଚାଲିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ।
?ରାତି ପାହିଲେ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସୁରକ୍ଷା ବ୍ୟବସ୍ଥା କଡାକଡି।

 

Leave A Reply

Your email address will not be published.