ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

0 295

ଭୁବନେଶ୍ବର,୩୦/୦୩(ସତ୍ୟସନ୍ଧାନ ଡେସ୍କ ) ଏପ୍ରିଲ ମାସ ବ୍ୟାଙ୍କ ଛୁଟିରୁ ଆରମ୍ଭ ହେଉଛି। ଏପ୍ରିଲ ମାସରେ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ମାର୍ଚ୍ଚ ୩୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ସମାପ୍ତ ହେଉଛି। ଶେଷ ଆର୍ଥିକ ବର୍ଷ ହୋଇଥିବାରୁ ଗ୍ରାହକଙ୍କ ସହ ଜଡିତ କାମ ମାର୍ଚ୍ଚ ୩୧ ତାରିଖ ଓ ଏପ୍ରିଲ ୧ ତାରିଖରେ ହୋଇପାରିବ ନାହିଁ। ସେଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଛୁଟି ତାଲିକା ହିସାବରେ ନିଜ କାମ କରିବାକୁ ହେବ। ତେବେ ସବୁ ରାଜ୍ୟରେ ୧୫ ଦିନ ଛୁଟି ରହିବନି କାରଣ କିଛି ପର୍ବପର୍ବାଣି ଦେଶର ସବୁ ରାଜ୍ୟରେ ପାଳନ ହୋଇନଥାଏ। ଯେଉଁ ରାଜ୍ୟରେ ଯେଉଁ ପର୍ବ ପାଳନ ହୁଏ ସେଦିନ ବ୍ୟାଙ୍କ ବନ୍ଦ ରହିବ।
ଏପ୍ରିଲରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଦେଖନ୍ତୁ ତାଲିକା-
ଏପ୍ରିଲ ୧, ଗୁରୁବାର – ଉତ୍କଳ ଦିବସ (ଓଡିଶା) ବ୍ୟାଙ୍କ ଗୁଡିକର ବାର୍ଷିକ ଆକାଉଣ୍ଟ କ୍ଲୋଜିଂଗ
ଏପ୍ରିଲ ୨, ଶୁକ୍ରବାର – ଗୁଡ଼ ଫ୍ରାଇଡେ
ଏପ୍ରିଲ ୪, ରବିବାର – ଇଷ୍ଟର ପର୍ବ
ଏପ୍ରିଲ ୫, ସୋମବାର – ବାବୁ ଜଗଜୀବନ ରାମ ଜୟନ୍ତୀ
ଏପ୍ରିଲ ୬, ମଙ୍ଗଳବାର – ତାମିଲନାଡୁରେ ବିଧାନସଭା ନିର୍ବାଚନ
ଏପ୍ରିଲ ୧୦, ଶନିବାର – ଦ୍ୱିତୀୟ ଶନିବାର
ଏପ୍ରିଲ ୧୧, ରବିବାର – ରବିବାର ଛୁଟି
ଏପ୍ରିଲ ୧୩, ମଙ୍ଗଳବାର – ଉଗାଡି, ତେଲୁଗୁ ନବବର୍ଷ, ବୈଶାଖ, ଗୁଡ଼ି ପାଡୱା
ଏପ୍ରିଲ ୧୪, ବୁଧବାର – ଡ.ଆମ୍ବେଦକର ଜୟନ୍ତୀ, ତାମିଲ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି, ଅଶୋକଙ୍କ ଜନ୍ମ ଜୟନ୍ତୀ
ଏପ୍ରିଲ ୧୫, ଗୁରୁବାର – ହିମାଚଳ ଦିବସ, ବଙ୍ଗାଳି ନବବର୍ଷ, ବିଶୁ, ସରହୁଲ
ଏପ୍ରିଲ ୧୬, ଶୁକ୍ରବାର – ବୋହାଗ ବିହୁ
ଏପ୍ରିଲ ୧୮, ରବିବାର – ରବିବାର ଛୁଟି
ଏପ୍ରିଲ ୨୧, ବୁଧବାର – ରାମ ନବମୀ, ଗରୀୟା ପୂଜା
ଏପ୍ରିଲ ୨୪, ଶନିବାର – ଚତୁର୍ଥ ଶନିବାର
ଏପ୍ରିଲ ୨୫, ରବିବାର – ମହାବୀର ଜୟନ୍ତୀ

Leave A Reply

Your email address will not be published.