ନନ୍ଦନକାନନରେ ମାର୍ମୋସେଟ ମାଙ୍କଡର ମୃତ୍ୟୁ

0 238

ବାରଙ୍ଗ,୩୦/୩(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣ ସାଜିଥିବା ବିଶ୍ଵର ସବୁଠାରୁ କ୍ଷୁଦ୍ରତମ ବିଲୁପ୍ତପ୍ରାୟ ତିନିବର୍ଷର ଏକ ଅଣ୍ଡିରା ମାର୍ମୋସେଟ୍ ମାଙ୍କଡ଼ର ମୃତ୍ୟୁ ଘଟିଛି।ଫଳରେ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୫ କୁ ହ୍ରାସ ପାଇଛି।ପ୍ରାଣୀ ଉଦ୍ୟାନର ୫୪ ନମ୍ୱର ଖୁଆଡ ରେ ରହୁଥିବା ଏହି ମାର୍ମୋସେଟ୍ ମାଙ୍କଡ ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା ।ହଠାତ ତିନିଦିନ ତଳେ ଅସୁସ୍ଥ ହୋଇ ପଡିଯାଇଥିଲା ।ପରେ ପ୍ରାଣୀ ଉଦ୍ୟାନ ର ପଶୁ ଚିକିତ୍ସକ ଦ୍ଵାରା ଚିକିତ୍ସିତ ହେଉଥିଲା।ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣା ପଡ଼ିବ ବୋଲି କୁହାଯାଇଛି ।ସୂଚନାନୁସାରେ ସାରା ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବାରେ ଲାଗିଛି।ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଆସୁଥିବା ବେଳେ ନନ୍ଦନକାନନ ରେ ବସବାସ କରୁଥିବା ନିରୀହ ଜୀବଜନ୍ତୁଙ୍କ ଉପରେ ଏହାର କୁପ୍ରଭବ ପଡ଼ୁଥିବା ଦେଖିବାକୁ ମିଳୁଛି।ଅତ୍ୟଧିକ ଗରମ ସହ୍ୟ କରିନପାରି ଏହି ମାର୍ମୋସେଟ ମାଙ୍କଡଟିର ମୃତ୍ୟୁ ଘଟିଥିବା ପର୍ଯ୍ୟଟକ ମହଲରେ ଚର୍ଚ୍ଚା ହେଉ ଛି ।ଅନ୍ୟପଟେ ମାଙ୍କଡ ରହୁଥିବା ଖୁଆଡରେ ଗ୍ରୀଷ୍ମ ରୁ ରକ୍ଷା ପାଇବାପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ଦେଖାଯାଇଛି । କିଛିଦିନ ପୂର୍ବରୁ ପ୍ରାଣୀ ଉଦ୍ୟାନରେ ଦୁଇଟି ମାର୍ମୋସେଟ୍ ମାଙ୍କଡ ଶାବକ ଜନ୍ମ ନେଇଥିଲେ।ଗୋଟିଏ ଶାବକକୁ ମା ଆଦରିନେଇଥିବା ବେଳେ ଅନ୍ୟ ଶାବକକୁ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନରେ ଥିବା ଶିଶୁ ଲାଳନ ପାଳନ କେନ୍ଦ୍ର ରଖିଥିଲେ।ହେଲେ ଉପଯୁକ୍ତ ଲାଳନପାଳନ ଅଭାବରୁ ଶାବକଟିର ମୃତ୍ୟୁ ଘଟିଥିଲା। ତେବେ ଜନ୍ତୁବିଭାଗର ବଡବାବୁମାନେ ନିଜ ଦାୟିତ୍ୱ ବଦଳରେ ଠିକାଦାରୀକାମରେ ଅଧିକ ସମୟ ଦେଉଥିବାରୁ ପାଟିଫିଟୁନଥିବା ନିରତିହ ଜିବଜନ୍ତୁମାନଙ୍କର ଅକାଳ ମୃତ୍ୟୁ ଘଟୁଥିବାରୁ ଜନ୍ତୁପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷର ଦେଖାଦେଇଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.