ଡକାୟତି କରିବାକୁ ଯୋଜନା ବେଳେ ପୋଲିସ ହାତରେ ଧରାପଡିଲେ

0 292

ଡେଲାଙ୍ଗ,୩୦/୩(ଏସଏସନିୟୁଜ) ବ୍ୟାଙ୍କଡକାୟତି କରିବାକୁ ଯୋଜନାକରୁଥିବାବେଳେ ଡକାୟତମାନଙ୍କୁ ଡେଲାଙ୍ଗ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ । ୫ଟି ଅଫୁଟା ବୋମା, ବିଭିନ୍ନ ହାତ ହତିଆର ସହିତ ୪ଟି ଚୋରା ମଟର ସାଇକେଲ ପୋଲିସ ଜବତ କରିଛି ।
ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ହରିପୁର ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମବ୍ୟାଙ୍କରୁ ଡକାୟତି କରିବା ପାଇଁ ପ୍ରସ୍ତୁତ ବେଳେ ପୋଲିସ ସେବକସାହି ପାଟଣା ଗ୍ରାମର ରାମଚନ୍ଦ୍ର ବେହେରା(୪୩), ହାକପଡା ଗ୍ରାମର ଅଭୟ କୁମାର ସ୍ୱାଇଁ (୨୯), ତନ୍ତିସାହିର ସୁଶାନ୍ତ ମଲ୍ଲିକ ( ୨୯) ଓ ନିମାପଡା ଥାନାର ଡିହବାରି ଗ୍ରାମର ଦୀପକ ମଲ୍ଲିକ(୨୮) କୁ ଗିରଫ କରିବା ସହ ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି ।ଏହି ଚାରିଜଣଙ୍କୁ ।ାଜି କୋର୍ଟ ଚାଳଣ କରିଚି ଡେଲାଙ୍ଗଥାନାପୋଲିସ ।

ସେହିଭଳିଭାବେ ସତ୍ୟବାଦୀ ଥାନା ପୋଲିସ ରାତ୍ରୀପେଟ୍ରୋଲିଂ କରୁଥିବାବେଳେ ତାଙ୍କ ହାତରେ ଏକ ଡକାୟତି ଗ୍ୟାଙ୍ଗ ଧରାପଡିଛି ।ଏହି ଗ୍ୟାଙ୍ଗ ବୀରଗୋବିନ୍ଦପୁର ଛକ ନିକଟରେ ଥିବା ଲୋକନାଥ ମନ୍ଦିର ପାଖ ମଠପଡିଆ ନିକଟରେ ଏକାଠି ହୋଇ ଡକାୟତି କରିବାପାଇଁ ଯୋଜନା କରୁଥିଲେ ।ପୋଲିସ ଖବର ପାଇ ଚଢାଉ କରିବା ସମୟରେ ବାରଘରିଆ ସାହିର କଇନ ବିଲରେ ଦୌଡିକି ପଳାଇଥିଲେ ।ପୋଲିସ ୫ଜଣଙ୍କ ମଧ୍ୟରୁ ପିପିଲି ଥାନା ଅଞ୍ଚଳର ଜୟପୁର ଶାସନର ପ୍ରମୋଦ ସାହୁ(୨୬), ସତ୍ୟବାଦୀ ଥାନା ର ସୁଆଁଲ ଗ୍ରାମର ଗଣେଶ ଓରଫ ଚିନ୍ତାମଣି ସ୍ୱାଇଁ ( ୩୨) , ସତ୍ୟବାଦୀ ଥାନାନହଳା ଗ୍ରାମର ନଣ୍ଡା ଓରଫ ସଂଜୟ ବେହେରା (୨୦) ଓ ସୁରାସାହିର କାହ୍ନ ଓରଫ କାହ୍ନୁ ନାୟକ (୧୯) ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ଲୁହାରଡ, ଖାଲି ମଦ ବୋତଳ, ଗ୍ଳାସ ଓ ପାଣି ବୋତଳ ଜବତ କରି ଥିଲେ ।ଏମାନଙ୍କ ନାମରେ ବିଭିର୍ଣ ଥାନାରେ କେଶ ରହିଥିବାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.