ମହାରାଷ୍ଟ୍ରରେ ବେକାବୁ କରୋନା

ସକାଳର ଖବର,ତାରିଖ ୦୨/୦୪/୨୦୨୧,ଶୁକ୍ରବାର

0 290

୧-ଦୁଇଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିବେ ଉପରାଷ୍ଟ୍ରପତି, ପୂର୍ବାହ୍ନ ୧୧ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ।
୨-‘କାଳିଆ’ ଫାଇଲ୍ ଦସ୍ତଖତ କରି କାମ ଆରମ୍ଭ କଲେ ନବୀନ, ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ପାଖକୁ ରବି ଋତୁ ପାଇଁ ୬୯୩ କୋଟି ୯୪ଲକ୍ଷ ଟଙ୍କାର (କାଳିଆ) ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା ।
୩-ରାଜ୍ୟରେ ଖରିଫ୍ ଧାନ କିଣା ପ୍ରକ୍ରିୟା ଶେଷ, ଏବର୍ଷ ୧୮% ଅଧିକ ଧାନ କିଣିଲେ ସରକାର।ଖରିଫ୍‌ରେ ୬୨.୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଲେ, ତମ୍ବିତୋଫାନ ସତ୍ତ୍ବେ ସବୁ ଚାଷୀଙ୍କଠାରୁ ଧାନ ସଂଗ୍ରହ ନୋହିଲା ଲ, ପଞ୍ଜୀକରଣ କରି ବି ୨.୮ଲକ୍ଷ ଚାଷୀ ନିରାଶ ।
୪-ଉତ୍କଳ ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।
୫-ପଶ୍ଚିମବଙ୍ଗରେ ୮୦.୪୩% ଓ ଆସାମରେ ୭୪.୭୬% ମତଦାନ ହୋଇଥିବା ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ସୂଚନା ।
୬-ରାଜ୍ୟଗୁଡ଼ିକୁ ୪୫ହଜାର ଅତିରିକ୍ତ ଟିକସ ଭାଗ ଦେଲା କେନ୍ଦ୍ର : ଓଡ଼ିଶା ଭାଗରେ ପଡିଲା ୨୦୮୩ କୋଟି ।
୭-ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ବ୍ୟୋମକେଶ ରାୟ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ ।
୮-ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେଦ ଫାଲକେ ସମ୍ମାନ । ବର୍ଷ ୨୦୨୦ ପାଇଁ ଫାଲକେ ସମ୍ମାନ ପାଇବେ ରଜନୀକାନ୍ତ ।
୯-ବେକାବୁ କରୋନା: ମହାରାଷ୍ଟ୍ରରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ।
୧୦-ଆସନ୍ତା ସପ୍ତାହରେ ଭାରତ ଆସିବେ ଋଷିଆର ବୈଦେଶିକ ମନ୍ତ୍ରୀ, ଫୋକସରେ ଏସ-୪୦୦, ଏକେ-୪୭ ।
୧୧-ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌: ଫାଇନାଲ୍‌ରେ ଦୁଇ ଓଡ଼ିଆ ହେବେ ମୁହାଁମୁହିଁ ।
୧୨-୨୦୨୩ ମହିଳା ଫୁଟବଲ ବିଶ୍ବକପ୍ : ଅକ୍‌ଲାଣ୍ଡରେ ଉଦ୍‌ଘାଟନୀ ମ୍ୟାଚ୍‌; ସିଡ୍‌ନୀରେ ହେବ ଫାଇନାଲ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.