ଜବତ ହେଲା ଚିତାବାଘ ଛାଲ ,ଜାରିହେଲା ହେଲ୍ପଲାଇନ ନମ୍ବର

0 223

ବୋଲାଗଡ,୨/୪(ଏସ୍‌ଏସ୍‌ନିୟୁଜ) ନିର୍ଭରଯୋଗ୍ୟ ସୁତ୍ରରୁ ଖବରପାଇ ଏସଟିଏଫ୍ ଟିମ୍ ଗୁରୁବାର ରାତିରେ ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ  ଚଢାଉ କରି ବିକ୍ରିକରିବାକୁ ଗ୍ରାହକକୁ ଅପେକ୍ଷା କରିରହିଥିବା ଚିତାବାଘର  ଛାଲ  ସହ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଛନ୍ତି ।ଏହାସହ ଦୁଇଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ।ସେମାନେ ହେଲେ ନୟାଗଡ଼ ଜିଲ୍ଲାର ସୁଧୀରା ବେହେରା ଓ ସୁବାଷ ଚନ୍ଦ୍ର ବେହେରା ।ଏସଟିଏଫ ଥାନାକେଶନଂ ୧୧/୨୧ ରେ ଏକ ମକଦ୍ଦମା ରୁଜୁକରାଯାଇଛି ।ଜବତ ହୋଇଥିବା ଚିତାବାଘ ଚର୍ମ କୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡେରାଡୁନ୍ କୁ ରାସାୟନିକ ପରୀକ୍ଷା ପାଇଁ ପଠାଯିବା ସହ ଅଧିକ ତଦନ୍ତ ଚାଲିଛି।
ଗତ ଏକ ବର୍ଷ ମଧ୍ୟରେ ବନ୍ୟ ଜୀବନ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ କରିଛି ଝଞୠ । ଝଞୠ ପ୍ରାୟ ୧୨ ଟି ଚିତାବାଘ ଛାଲ , ୬ଟି ହାତୀ ଦାନ୍ତ ଜବତ କରିବା ସହ ୨ଟି ହରିଣ ଚର୍ମ, ୨ଟ ଜୀବନ୍ତ ବଜ୍ରକାପ୍ତା ପାଙ୍ଗୋଲିନ୍ ଏବଂ ୫ କିଲୋଗ୍ରାମ ଓଜନର ବଜ୍ରକାପ୍ତାକାତି କୁ ଜବତ କରିଛି । ଏଥିସହ ୨୪ଜଣଙ୍କୁ ଗିରଫକରି ୧୩ଟିକେଶ ରୁଜୁକରିଛି ।ଏହାସହ ବନ୍ୟ ଜୀବନ ଅପରାଧ ସହ ଜଡିତ ସୂଚନା ଦେବାକୁ ଅନୁରୋଧକରି ସ୍ୱତନ୍ତ୍ର ହେଲ୍ପଲାଇନ ମୋବାଇଲନମ୍ବର ୯୪୩୯୨୬୩୬୪୬ ଜାରି କରିଛି । ସୂଚନାଦାତାଙ୍କ ନାମ ଗୁପ୍ତ ରଖାଯିବ, ସମ୍ପୃକ୍ତ ସୂଚନାଦାତା ଉପଯୁକ୍ତ ପୁରସ୍କାର ପାଇବେ ବୋଲି ସୁଚନାକାରୀଙ୍କ ନାମ ଗୋପନ ସହ ପୁରସ୍କାର ପ୍ରଦାନ କରାଯିବ ବୋଲି ଏସଟିଏଫ  ପକ୍ଷରୁ   କୁହାଯାଇଛି ।

 

 

Leave A Reply

Your email address will not be published.