ମାଲକାନଗିରିରେ ମାସ୍କ ବାଧ୍ୟତାମୂଳ. ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ

0 187

ଭୁବନେଶ୍ୱର,୨/୪(ଏସଏସନିୟୁଜ) ରାଜ୍ୟରେ କରୋନା ଗ୍ରାଫ୍ ବଢୁଥିବାବେଳେ ପୁଣି ନିୟମ କଡାକଡି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲାର ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛି ଜିଲ୍ଲା ପ୍ରଶାସନ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ବ୍ୟବହାର ସହ ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ୍ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ କରାଯାଇଥିବାବେଳେ ଧର୍ମୀୟ ଅନୁଷ୍ଠାନରେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛି ଜିଲ୍ଲାପ୍ରଶାସନ ।
ସେହିଭଳିଭାବେ ଝାରସୁଗୁଡାରେ ଆଜି ଜିଲ୍ଲାରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂକ୍ରମଣ କୁ ରୋକିବାପାଇଁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲାପ୍ରଶାସନ । କରୋନା ମୁକାବିଲା ପାଇଁ ଝାରସୁଗୁଡାରେ ସମସ୍ତ ସାପ୍ତାହିକ ହାଟକୁ ୩ ସପ୍ତାହ ଯାଏଁ ବନ୍ଦ କଲା ଜିଲ୍ଲାପ୍ରଶାସନ । ପନିପରିବା ଓ ଆମିଷ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ ବୋଲି ଝାରସୁଗୁଡା ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.