କରୋନାର ଭୟଙ୍କର ରୁପ- -୨୪ ଘଂଟାରେ ୧୨୮୨ ଆକ୍ରାନ୍ତ

0 212

ଭୁବନେଶ୍ୱର,୯/୪(ଏସଏସନିୟୁଜ)ଧିରେଧିରେ ଭୟଙ୍କର ରୁପନେବାକୁ ଲାଗୁଛି କରୋନା ।ଦିନକୁଦିନ ବଢିବାକୁ ଲାଗିଛି ।ଧାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିବାକୁ ଯାଉଛି । ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫୨୭ ରହିଛି ।ସେମାନଙ୍କ ମଧ୍ୟରେ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୯, ଖୋର୍ଧାରୁ ୧୯୨, କୋରାପୁଟରୁ ୮, ବାଲେଶ୍ୱରରୁ ୧୦, ବରଗଡ଼ରୁ ୮୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୪୫ ଜଣ, କଟକରୁ ୬୩, ଗଜପତିରୁ ଜଣେ, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୬, କଳାହାଣ୍ଡିରୁ ୧୦୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୬, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭.ନୟାଗଡ଼ରୁ ୧୦, ନୂଆପଡ଼ାରୁ ୮୨, ପୁରୀରୁ ୨୮, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୮୨, ସୋନପୁରରୁ ୧୨ ଜଣ ସହ ସୁନ୍ଦରଗଡ଼ରୁ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲର ସଂଖ୍ୟା ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

Leave A Reply

Your email address will not be published.