ପୁଣି ବଢିଲା- ଦିନକରେ ୧୩୭୯ ପଜିଟିଭ୍

0 203

ଭୁବନେଶ୍ୱର,୧୧/୪(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରେ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୫୭୧ ରହିଛି।ଏମାନଙ୍କ ମଧ୍ୟରେ ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧, ବରଗଡ଼ରୁ ୬୮, କଟକରୁ ୫୬, ବଲାଙ୍ଗୀର ୫୪, ମୟୁରଭଞ୍ଜରୁ ୪୯, ପୁରୀରୁ ୪୩ ଏବଂ ଝାରସୁଗୁଡ଼ାରୁ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.