୧୬ରେ ଧାରଣାରେ ବସିବେ ବିଦ୍ୟୁତଶ୍ରମିକ

0 1,019

ଭୁବନେଶ୍ୱର,୧୧/୪(ଏସଏସନିୟୁଜ) ୧୭ଦଫାଦାବୀନେଇ ୧୬ତାରିଖରେ ଧାରଣାରେ ବସିବେ ବିଦ୍ୟୁତଶ୍ରମିକ ।ଦେଇଥିଲେ ୧୭ଦଫା ସମ୍ଭଳିତ ଦାବୀପତ୍ର,କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ମ୍ୟାନେଜମେଂଟ ଗ୍ରହଣ ନକରିଥିବାରୁ ଟିପିସିଓଡିଏଲ କାର୍ଯ୍ୟାଳୟଠାରେ ଯୋନର କର୍ମଚାରୀମାନେ ୧୦ରୁ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଆଜି ରାଜ୍ୟ ବିଦ୍ୟୁତଶ୍ରମିକ କର୍ମଚାରୀସଂଘର ଜରୁରୀକାଳିନ ବୈଠକ ମୁଖ୍ୟକାର୍ଯ୍ୟାଳୟ ପାୱାରହାଉସକଲୋନୀଠାରେ ଅନୁଷ୍ଟିତ ହୋଇଯାଇଛି ।ସଂଘର ସଭାପତି ପ୍ରଶାନ୍ତକୁମାରମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସମ୍ପାଦକ ଅକ୍ଷୟକୁମାର ତ୍ରିପାଠୀଙ୍କ ସମେତକେନ୍ଦ୍ରିୟକର୍ମକର୍ତା ଓ ୫ଟି ସର୍କଲ ସହ ୧୬ଟି ଡିଭିିଜନର ର କର୍ମକର୍ତାମାନେ ଯୋଗଦେଇଥିଲେ ।ଗତ୩୦ତାରିଖରେ ସଂଘ ତରଫରୁ ଟିପିସିଓଡିଏଲ ମ୍ୟାନେଜମେଂଟକୁ ୧୭ଦଫା ଦାବୀ ବିଶିଷ୍ଠ ଏକ ଚରମପତ୍ର ପ୍ରଦାନ କରାଯାଇ ଥିଲେ ମଧ୍ୟ ଅଦ୍ୟାବଧି ସୁସମାଧାନ ନହେବାଫଳରେ ଶ୍ରମିକ ଅଶାନ୍ତି ବଢିବା ସହ ସଂଘ ତରଫରୁ ଆନ୍ଦୋଳନାମ୍‌କ ପନ୍ଥା ବାଧ୍ୟ ହୋଇ ଗ୍ରହଣ କରାଯାଇଛି ।ସଂଘପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗୋଟେପଟେଏ ସେକସନ,ଡିଭିଜନ,ସବଡିଭିଜମ ସଂଖ୍ୟା ବଢୁଛି,ଏଥିନିମନ୍ତେ ଅଫିସରମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି ।କିନ୍ତୁ ଯେଉଁମାନେ ପକୃତରେ ଗ୍ରାହକମାନଙ୍କୁ ସେବା ଯୋଗଇଦେଇଆସୁଛନ୍ତି ୧୯୮୪ମସିହାଠାରୁ ଆଉ ଏମାନଙ୍କ ସଂଖ୍ୟା ବଢିନଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାସ କରାଯାଇଛି ।କାର୍ଯ୍ୟକ୍ଷେତ୍ର ରେ ବିଦ୍‌ୁ୍ୟତଜନିତ କ୍ଷୟକ୍ଷତି ହେଉ କିମ୍ବା ଦୁର୍ଘଟଣା ଏଥିନିମନ୍ତେ ମେଡିକାଲ ବେନିଫିଟ ମଧ୍ୟ ମିଳୁନାହିଁ ।କେତେକ ସ୍ଥାନରେ ନିଯୁକ୍ତିପତ୍ର ସହ ପରିଚୟପତ୍ର ମିଳୁନାହିଁ । ଏହାସହ ଇପିଏଫ ଓ ଇଏସଆଇ ବାବଦରେ କେତେଟଙ୍କା କଟୁଛି ତାହାର ମଧ୍ୟ ସ୍ଲିପ୍ ଦିଆଯାଉନାହିଁ । ବିଜ୍‌ନେସ ଆସୋସିଏଟ କର୍ମଚାରୀମାନଙ୍କ ପାଇଁ ନୀୟମିତ କର୍ମଚାରୀମାନଙ୍କ ପରି ହାଉସରେଂଟ ଓ ମଟରସାଇକେଲ ଆଲାଇନ୍ସ ଭଳି ୧୭ଦଫା ଦାବୀ ଉପରେ କର୍ମକର୍ତାମାନେ ଆଲୋଚନା କରିଥିଲେ ।ତେବେ  ନିଷ୍ପତି ଅନୁଯାୟୀ ଶ୍ରମିକମାନଙ୍କର ୧୭ଦଫାଦାବୀକୁ ମ୍ୟାନେଜମେଂଟ ଜଦି ପୁରଣ ନକରେ ତେବେ ଆଗାମି୧୬ତାରିଖରେ କୋଭିଡନୀୟମକୁ ଅନୁସରଣ କରି ଟିପିସିଓଡିଏଲ କାର୍ଯ୍ୟାଳୟଠାରେ ଯୋନର କର୍ମଚାରୀମାନେ ୧୦ରୁ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.