ହାଇଦର ଫେରାର ଘଟଣା- ୬ ପୋଲିସ କର୍ମଚାରୀ ହେଲେ ନିଲମ୍ବିତ

0 264

କଟକ,୧୧/୪(ଏସ୍‌ଏସ୍‌ନିୟଜ)ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ୬ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।ସେମାନେ ହେଲେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ ଡି ମୌସୁମ, ଉମାକାନ୍ତ ବେହେରା ଏବଂ ସୁଧାଂଶୁ ମାଝୀ।ତେବେ ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍‌। ଫେରାର ଘଟଣାକୁ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।ସୀମାନ୍ତବର୍ତ୍ତୀ ଅଞ୍ଚଳ ସହ ପ୍ରମୁଖ ସଡ଼କ ପଥ ଉପରେ ବି ନଜର ରଖିଛି ପୋଲିସ ।ଏହାସହ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.