ଆଜିର ଅନୁଚିନ୍ତା

ତାରିଖ - ୧୨:୦୪:୨୦୨୧ (ସୋମବାର)

0 291

➡️ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମକୁ ଭଲ ପାଇବାକୁ ହେବ ।
➡️ବଦଳୁଥିବା ସମୟ ଏବଂ ବଦଳୁଥିବା ଲୋକ, କେବେ କାହାର ହୋଇ ନ ଥାଆନ୍ତି ।
➡️ଏଇ ଦୁନିଆରେ ଗୋଟିଏ ହାତରେ ତାଳି ବାଜେନା, ଦୁଇଟି ହାତର ଆବଶ୍ୟକ ହୋଇଥାଏ ।ତୁମେ ନିଜେ ନିର୍ଦୋଷ ହୋଇ ଅନ୍ୟକୁ ଦୋଷୀ କରନା ।ହୁଏତ ତୁମେ ଏ ଦୁନିଆ ଦାଣ୍ଡରେ ଦୋଷ ମୁକ୍ତ ହୋଇପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ ।
➡️ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ ଆଉ ଯେତେବେଳେ ଏଇ ତିନୋଟି ଯାକ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ ।
➡️ପିତାମାତାଙ୍କ Medicine Slip ପ୍ରାୟତଃ ହଜିଯାଏ,କିନ୍ତୁ ଲୋକମାନେ Agreement paper ବହୁତ ଭଲରେ ରଖନ୍ତି !
ଆଜିର ସନ୍ଥବାଣୀ
?ଏକାକ୍ଷର ଅର୍ଥାତ୍ ପ୍ରଣବ ର ଉପଦେଶ ଦେଉଥିବା ପୁରୁଷକୁ ଯିଏ ଗୁରୁ ମାନେନା ସେପରି ବ୍ୟକ୍ତି ଶହେ ଜନ୍ମ କୁକୁର ହୋଇ ପୁନଃ ଚାଣ୍ଡାଳ ଯୋନି ରେ ଜନ୍ମ ନିଏ !
?ଆପଣ ଯେତେ କୁକର୍ମ କରିଲେ ବି ଯଦି ଆପଣଙ୍କ ମନରେ ଅଶୁଦ୍ଧ ସଂସ୍କାର ଜାତ ହେଉନାହିଁ ତେବେ ଆପଣ ମୁକ୍ତ କ୍ଷ କୃଷ୍ଣ, ରାମ ଆଦି ଅବତାର ସଂସ୍କାର ମୁକ୍ତ !
?ଜ୍ଞାନୀ ପୁରୁଷ ପ୍ରତ୍ୟେକ କର୍ମକୁ ଉପାସନା ଭାବରେ କରନ୍ତି, ଫଳରେ ନିଜ ଭିତରେ ଥିବା ଅନ୍ତର୍ନିହିତ ମୁକ୍ତି ଭାବ ସ୍ୱତଃ ପ୍ରକାଶ ପାଇଥାଏ !
?ଅଭ୍ୟାସଯୋଗ ଠାରୁ ଜ୍ଞାନ ଶ୍ରେଷ୍ଠ , ଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ ,ଧ୍ୟାନ ଠାରୁ ସର୍ବକର୍ମଫଳ ତ୍ୟାଗ ଶ୍ରେଷ୍ଠ କ୍ଷ କାରଣ ତ୍ୟାଗରେ ଅନନ୍ତ ଶାନ୍ତି ମିଳେ !
?ଅନେକ ଜନ୍ମଧରି ଆମ ପ୍ରବୃତ୍ତି ଆମ ଭିତରେ ଘର କରି ରହିଥିବାରୁ ଏହାର ନିବୃତ୍ତି ଈଶ୍ୱରଙ୍କ ଅନନ୍ୟ କୃପା ବିନା କେବେବି ସମ୍ଭବ ନୁହେଁ !
?କାମ, ଲୋଭ ଆଦିର ତାଡନାରେ ଜର୍ଜରିତ ଆମ ହୃଦୟ ଶ୍ରୀକୃଷ୍ଣଙ୍କ ସେବା ଓ ଭକ୍ତି ଦ୍ୱାରା ଯେପରି ଶାନ୍ତି ଲାଭ କରିଥାଏ ଯମ -ନିୟମ କିମ୍ବା ଯୋଗମାର୍ଗ ଦ୍ୱାରା ତାହା ମିଳେନାହିଁ !
?ସଂସାରର ସମ୍ପୂର୍ଣ ବିସ୍ମରଣ ଓ ପରମାତ୍ମାଙ୍କୁ ସତତ ସ୍ମରଣ ହିଁ ମୁକ୍ତି, ଏହା ହିଁ ନିର୍ବାଣ ଅଟେ !
?ମନକୁ ପ୍ରତିକୂଳ ଵିଷୟରୁ କ୍ରମଶଃ ପ୍ରତ୍ୟାହାର କରି ଅନୁକୂଳ ବିଷୟରେ ଯୋଗ କଲେ ମନ ଶାନ୍ତ ହୋଇଯାଏ !ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.