ନବୀନନିବାସ ଆଗରେ ଧାରଣାଦେଲେ ଛାତ୍ରଛାତ୍ରୀ

0 225

ଭୁବନେଶ୍ୱର, ୨୦/୪(ଏସଏସନିୟୁଜ) ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନବୀନ ନିବାସ ଆଗରେ ପ୍ରତିବାଦ କରିଚନ୍ତି । ଆଜି ରାଜଧାନୀର ୧୫ଟି ସରକାରୀ ସ୍କୁଲର ପ୍ରାୟ ୫୦ରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ଆଜି ଛାତ୍ରଛାତ୍ରୀମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଦାବି ଜଣାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବାକୁ ଯ୍ଧବଥରଲେ ଛାତ୍ରଛାତ୍ରୀ । । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ଉପୁଜିଥିବା ଦସ୍ୱନ୍ଦକୁ ଦୁରକରିବାପାଇଁ ସେମାନେ ଦାବୀ କରିଛନ୍ତି । ସିବିଏସଇ ପିଲା ପରୀକ୍ଷା ବାତିଲ୍ ହୋଇଥିବା ବେଳେ ପାତରଅନ୍ତର କରାଯାଇ ଆମ ପରୀକ୍ଷା କାହିଁକି ବାତିଲ୍ କରାଯାଉ ନାହିଁ’ ବୋଲି ଧାରନାରତ ଛାତ୍ରଛାତ୍ରୀାମନେ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ତେବେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ଜଣାଇବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପରୀକ୍ଷା ବାତିଲ ହେବ କି ନାହିଁ ସେ ନେଇ ସବୁ ଦିଗରୁ ତର୍ଜମା କରାଯାଉଛି । ଯଦି ପରୀକ୍ଷା ବାତିଲ ହୁଏ, ତେବେ ଛାତ୍ରଛାତ୍ରୀମାନେ କିପରି ମାର୍କ ପାଇବେ ସେ ନେଇ ମଧ୍ୟ ସମୀକ୍ଷା କରାଯାଉଛି । ଜୁନ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶମ ପିଲାଙ୍କ ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.