ମେ ୧୫ ଯାଏଁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

0 217

ପୁରୀ ,୨୭/୪(ଏସଏସନିୟୁଜ) ମହାମାରୀକରୋନା ସଂକ୍ରାମଣ ଯେଉଁଭଳିଭାବେ ବଢିଚାଲିଛି ଏହାର ପ୍ରବାବକୁ ଦୃଷ୍ଟିରେ ରଖି ମେ ୧୫ ତାରିଖ ଯାଏ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଗତକାଲି ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ ।କେବଳ ଠାକୁରଙ୍କ ନିତୀକାନ୍ତି ହୋଇପାରିବ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗତକାଲି ଠାରୁ ସ୍ୱର୍ଗଦ୍ୱାରରେ ଶବଦାହ ପୁରୀ ଜିଲ୍ଲା ବାହାରର କୌଣସି ଲୋକ କରିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟ କୁ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅସ୍ଥି ବିସର୍ଜନ କରିପାରିବେ ନାହିଁ ।ମେ ୧୫ ତାରିଖ ଯାଏ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ବନ୍ଦ ରଖିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ସହ ୧୫ ପରେ ସ୍ଥିତିକୁ ପରଖି ପୁଣି ନିଷ୍ପତ୍ତି ନିଆଯିବ ବୋଲି ଉପ ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।

Leave A Reply

Your email address will not be published.