ବାରଙ୍ଗରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ

0 587

ବାରଙ୍ଗ୨୯/୪(ଏସଏସନିୟୁଜ)କମିଶନରେଟ ପୋଲିସର ୱାଣ୍ଟେଡ ଥିବା ଦୁର୍ଦାନ୍ତ ଅପରାଧୀ ଶେଖ୍ ବାବୁ କୁ ବାରଙ୍ଗ ନିକଟରେ ପୋଲିସ ଏନକାଉଣ୍ଟର କରିଛି।ଏଥିରେ ବାବୁ ର ବାମ ଗୋଡ଼ରେ ଗୁଳି ବାଜିଛି।ସେଠାରୁ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନାନୁସାରେ ଶେଖ୍ ବାବୁ ଗ୍ୟାଙ୍ଗଷ୍ଟର ସକିଲ ର ଡାହାଣ ହାତ ଥିବା ପୋଲିସ ସୂଚନା ଦେଇଛି।ପୂର୍ବରୁ ବାବୁ ନାମରେ କଟକର ବିଭିନ୍ନ ଥାନା ରେ ୨୧ ଟି ଅପରାଧିକ ମାମଲା ରୁଜୁ ହୋଇଛି।ତେବେ ଆଜି ରାତି ୧୦ ସମୟରେ ବାବୁ ଚନ୍ଦକା ଆଡୁ ବାରଙ୍ଗ ଅଭିମୁଖେ ଏକ ସ୍କୁଟି ଯୋଗେ ଆସୁଥିବା ଖବର ପାଇ ଦରଘାବଜାର ଥାନା ପୋଲିସ ଏବଂ ସ୍ପେସାଲ ସ୍କ୍ୱାର୍ଡ ର ମିଳିତ ଉଦ୍ୟମରେ ବାରଙ୍ଗ ସ୍ଥିତ ସୀତାରାମ ବଜାର ନିକଟରେ ଅତର୍କିତ ଚଢ଼ାଉ କରିଥିଲେ।ଏହି ସମୟରେ ବାବୁ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା।ଏହାର ପାଲଟା ଜବାବରେ ପୋଲିସ ତା ଉପରକୁ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା।ଏଥିରେ ବାବୁର ବାମ ଗୋଡ଼ରେ ଗୁଳି ବାଜି ଗୁରୁତର ହୋଇଥିଲା।ଏହି ଗୁଳି ବିନିମୟରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।ଗୁରୁତର ଆହତ ଅଭିଯୁକ୍ତ ବାବୁ କୁ ଚିକିତ୍ସା ପାଇଁ ପ୍ରଥମେ କଟକ ବଡ଼ ଡ଼ାକ୍ତରଖାନା କୁ ପଠାଇ ଦିଆଯାଇଛି।ପୋଲିସ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ସେ ବ୍ୟବହାର କରିଥିବା ଏକ ସ୍କୁଟି କୁ ଜବତ କରିଛି।(ବାରଙ୍ଗରୁ ଗୌତମରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.