ଆଜିର ଅନୁଚିନ୍ତା

0 664

➡️”ଯାହା ବି କରୁଛ କର ଖାଅ , ପିଅ , ଭଲ ପୋଷାକ ପିନ୍ଧ , ଦାନ କର , ଜୀବନର ଲକ୍ଷ୍ୟ ବି ରଖ । ହେଲେ ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ ଆଉ ମନେ ରଖ ତୁମେ ପୃଥିବୀରେ ଅତିଥି ମାଲିକ ନୁହେଁ !
➡️”ଶ୍ରଦ୍ଧାରୁ ଜ୍ଞାନ , ନମ୍ରତାରୁ ମାନ ଆଉ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ , ହେଲେ ଯେତେବେଳେ ଏଇ ତିନୋଟି ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ !
➡️”ଏ ଦୁନିଆରେ ସମୟ ହିଁ ବଳବାନ , କାହିଁକିନା ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ , ଧର୍ଯ୍ୟର ସହ ପରିସ୍ଥିତି କୁ ସାମ୍ନା କରନ୍ତୁ ଦେଖିବେ ନିଶ୍ଚିତ କିଛି ନୂତନ ଉପହାର ମିଳିବ !
➡️ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୁର୍ତ୍ତରେ ଖୁସି ଚାହିଁଥାଏ , ବୋଧେ ଏହା ହିଁ ଜୀବନ !
➡️”ଆଜିର ଏ ଦୁନିଆରେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ , କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ !
➡️”କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧୁକ ମୋହ ରଖନ୍ତୁ ନାହିଁ , କାହିଁକିନା ଭବିଷ୍ୟତରେ ଯାହା ଆପଣଙ୍କର ଦୁଃଖର କାରଣ ହୋଇପାରେ !
ଆଜିର ନୀତିବାଣୀ 
➡️”ପ୍ରକୃତିର ନିୟମ ଅନୁସାରେ ସମସ୍ତେ ଚଳିବାକୁ ବାଧ୍ୟ । ପ୍ରକୃତିକୁ କେହି ବାଧା ଦେଇପାରିବେ ନାହିଁ । ପ୍ରାକୃତିକ ନିୟମକୁ କେହି ବଦଳାଇ ପାରିବ ନାହିଁ !!
➡️”ପ୍ରକୃତି ମହାନ୍ ସର୍ବ ଶକ୍ତିମାନ । ସେ ସଂସାରର ଡୋରୀ ହାତରେ ଧରି କୀଟ, ତରୁ, ଜୀବଜନ୍ତୁଙ୍କୁ ନଚାଉଛନ୍ତି । ରାଜାଙ୍କୁ ପ୍ରଜା, ପ୍ରଜାକୁ ରାଜା, ଧନୀକୁ କାଙ୍ଗାଳ, କାଙ୍ଗାଳକୁ ଧନୀ କରୁଛନ୍ତି । କର୍ମ ଉପରେ ଭରସା ରଖିଲେ ସବୁ ସମ୍ଭବ ହୋଇପାରିବ !
➡️”ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି । ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା !
➡️”ଯିଏ ଧନ ଲୋଭରେ ପାଗଳ ପ୍ରାୟ । ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ । ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ !
➡️”ଯେଉଁ ପ୍ରାଣୀ ଦାନ ଦିଏ ନାହିଁ, ସାଧୁସଙ୍ଗ କରେ ନାହିଁ, ଗୁରୁଜନଙ୍କୁ ମାନେ ନାହିଁ, ସେ ବଂଚି ଥାଇ କିଛି ଲାଭ ନାହିଁ । ତା ଜୀବନର କିଛି ସାର୍ଥକତା ନଥାଏ । ସେ ଶବ ସହିତ ସମାନ !

ମହାପୁରୁଷଙ୍କ ବାଣୀ
➡️ଶ୍ରଦ୍ଧା ଅର୍ଥ ଆତ୍ମବିଶ୍ୱାସ ଏବଂ ଆତ୍ମବିଶ୍ୱାସର ଅର୍ଥ ହେଉଛି ଭଗବାନଙ୍କ ଉପରେ ବିଶ୍ୱାସ – ମହାତ୍ମା ଗାନ୍ଧୀ !
➡️”ଯଦି ଶାରୀରିକ ଉପବାସ ସହିତ ମନର ଉପବାସ ନଥାଏ, ତେବେ ଏହା ଯନ୍ତ୍ରଣାଦାୟକ ଏବଂ କ୍ଷତିକାରକ ହୋଇପାରେ – ମହାତ୍ମା ଗାନ୍ଧୀ !
➡️”ଶାନ୍ତିପୂର୍ଣ୍ଣ ଲୋକମାନେ ଖୁସିରେ ଜୀବନ ଅତିବାହିତ କରନ୍ତି ଏବଂ ସେମାନଙ୍କ ଉପରେ ପରାଜୟର କିମ୍ବା ବିଜୟର କୌଣସି ପ୍ରଭାବ ନାହିଁ ” – ଗୋୖତମ ବୁଦ୍ଧ !
➡️”ହୀରା, ରୂପା ଏବଂ ସୁନା ଅପେକ୍ଷା ଶାନ୍ତି ଅଧିକ ମୂଲ୍ୟବାନ ଅଟେ” – ମାର୍ଟିନ୍ ଲୁଥର୍ କିଙ୍ଗ !

ଜୀବନ ଦର୍ଶନ
➡️ସମୁଦ୍ରରେ ଲହରୀ ଗୁଡିକ ଲୀନ ହେଲା ପରି ସାଂଖ୍ୟ ଯୋଗୀ ନିର୍ବାଣ ବ୍ରହ୍ମରେ ଲୀନ ହୋଇ ଯାଆନ୍ତି। ଯେପରି ଜଳତତ୍ତ୍ବରେ ସମୁଦ୍ର ଓ ଲହରୀ, ଏ ଦୁଇ ଭେଦ ନ ଥାଏ, ସେହିପରି ନିର୍ବାଣ ବ୍ରହ୍ମରେ ଆତ୍ମା ଓ ପରମାତ୍ମା, ଏ ଦୁଇ ଭେଦ ନ ଥାଏ।

ଆଜିର ସୁବିଚାର
➡️”ବିଶ୍ଵାସ , ଇଜ୍ଜତ , ଜବାବ ଏହି ତିନୋଟି ଜିନିଷ ଜୀବନରେ ସବୁବେଳେ ଠିକ ରଖ ଦେଖିବ ଏ ଦୁନିଆ ତୁମକୁ ସମ୍ମାନ କରିବ !
➡️”ଯେଉଁଲୋକ ସବୁବେଳେ ସତକହିଥାଏ ଓ ସତକୁ ଭଲପାଏ । ଦୁନିଆରେ ସର୍ବାଧୂକ ଘୃଣା ସେହି ଲୋକକୁ ହିଁ ମିଳିଥାଏ !
➡️”ନାରୀ ଖେଳନା ନୁହେଁ , ଭଗବାନଙ୍କ ପରେ ଯଦି କେହି ପୂଜନୀୟ ଥାଏ ସେ ହେଉଛି ନାରୀ ଯିଏ ମୃତ୍ୟୁର କୋଳରେ ଶୋଇ ଜୀବନକୁ ଜନ୍ମ ଦିଏ !
➡️”କିଏ ଆମକୁ ଭଲ କହିଲେ ଆମେ ଭଲ ହୋଇ ଯିବାନି କି କିଏ ଆମକୁ ଖରାପ କହିଲେ ଆମେ ଖରାପ ହୋଇ ଯିବାନି ଆମେ ନିଜେ ଯାହା ତାହା ହୋଇକି ରହିବା !
➡️”କିଏ କଣ କରୁଛି ?,କଣ ପାଇଁ କରୁଛି ?, କାହିଁକି କରୁଛି ? ଏ ସବୁ ଯେତେ କମ୍ ଜାଣିବ ଜୀବନରେ ସେତେ ଭଲରେ ରହିବ !
➡️”Mobile phone ଗୁଡିକ ତୁମକୁ ତୁମଠାରୁ ବହୁ ଦୂରରେ ଥିବା ବ୍ୟକ୍ତିଙ୍କ ନିକଟତର କରାଏ । କିନ୍ତୁ ଏହା ତୁମ ପାଖରେ ବସିଥିବା ଲୋକମାନଙ୍କଠାରୁ ତୁମକୁ ଦୂରେଇ ନିଏ !
➡️”ଥରେ ଭାବିଦେଖନ୍ତୁ ଆପଣ ନିଜ ଚେହେରାକୁ ନେଇ ଆଜି ଯେଉଁ ଗର୍ବ କରୁଛନ୍ତି , ମରିବା ର ୫ ଦିନ ପରେ ଆପଣଙ୍କ ସେଇ ଶରୀର କୁ ପଶୁ , ପକ୍ଷୀ ମଧ୍ୟ ଛୁଇଁବାକୁ ଘୃଣା କରିବେ । ତେଣୁ , ମଣିଷ ସହିତ ମଣିଷ ଭଳି ବ୍ୟବହାର କରନ୍ତୁ କାହା ମନରେ ଅଯଥା କଷ୍ଟ ଦିଅନ୍ତୁନି ….!
➡️”ସବୁଠୁ ଅଧୁକ କଷ୍ଟ ସେତେବେଳେ ହୁଏ ଯେତେବେଳେ କୌଣସି ଭୁଲ ନକରି ମଧ୍ୟ ଅତି ଆପଣାର ଲୋକ ଭୁଲ ବୁଝନ୍ତି ଓ ଆମ ଠାରୁ ଦୂରେଇ ଯାଇଥାନ୍ତି !

 

Leave A Reply

Your email address will not be published.