ଏକାଠିହେଲେ ଗ୍ରାମମୁରବୀ

0 251

ଭୁବନେଶ୍ୱର,୧୬/୧୨(ଏସ୍ଏସ୍ ନିଉଜ)ଗ୍ରାମର ମରବୀମାନେ ହେଲେ ଏକାଠି । ବୃକ୍ଷରାଜମହାଦ୍ରୁମ ଅଜାଣେଶ୍ୱର ମହାପ୍ରଭୂଙ୍କ ମହାଯଜ୍ଞ ପାଇଁ ନେଲେ ନିଷ୍ପତି । ଘୋଷଣା କଲେ ତାରିଖ । ଏହାକୁ ଧୁମଧାମ ରେ କରିବାପାଇଁ କଲେ ଆଲୋଚନା । ଶିମିଳିପାଟଣା ଗ୍ରାମରେ ଅଜାଣେଶ୍ୱରଙ୍କ ପୀଠରେ ସୋମବାରଦିନ ଆଖପାଖ ଗ୍ରାମର ମୁରବୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମହାପ୍ରଭୂଙ୍କ ମହାଯଜ୍ଞପାଇଁ ହୋଇଥିଲା ପ୍ରସ୍ତୁତିବୈଠକ । ଗ୍ରାମସଭାପତି ଭାସ୍କର ନାଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତହେବାକୁ ଥିବା ୫୯ତମ ମହାଯଜ୍ଞ ନିମନ୍ତେ ଆୟୋଜିତ ବୈଠକରେ ଚିତରଞନଦାସ ବାର୍ଷିକ ଖର୍ଚ୍ଚ ବିବରଣୀ ପାଠ କରିଥିଲେ ।ଜାନୁୟାରୀ ୭ତାରିଖ ମଙ୍ଗଳବାରଠାରୁ ଏହି ମହାଯଜ୍ଞ ଆରମ୍ଭ ହୋଇ ୧୦ତାରିଖ ଶୁକ୍ରବାରଦିନ ପୁର୍ଣାହୁତି ହେବ ବୋଲି ସ୍ଥିର ହୋଇଥିଲା ।ଏହାସହ ମହାଯଜ୍ଞକୁ ଆରମ୍ଭ କରିଥିବା ବାବା ସୁରେନ୍ଦ୍ରଙ୍କର ୮୨ତମ ଜନ୍ମବାର୍ଷିକ ଆଶ୍ରମରେ ପାଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ହୋଇଥିଲା । ବାବା ଶ୍ରୀଶ୍ରୀ ଅଭିରାମ ସରସ୍ୱତୀଙ୍କ ଦ୍ୱାରା ପୁର୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସ୍ଥିର ହୋଇଥିଲା ଡାକ୍ତରବେହେରା,ପ୍ରେମାନନ୍ଦସାମନ୍ତରାୟ, ଶ୍ରିପତି ବଡଜେନା.ରୁଦ୍ରପ୍ରତାପ ବେହେରା ,ପ୍ରଶନ ପରିଡା,ନରେନ୍ଦ୍ରବଡଜେନା,ସୁଧାକର ପଟ୍ଟନାୟକ,ସୁର୍ଯ୍ୟକାନ୍ତ ସାମନ୍ତରାୟ,ମଳୟ ମହାନ୍ତି, ଆଶ୍ରମର ପୁଜକ ବସନ୍ତନାଟୁଆଙ୍କ ସମେତ ଆଖପାଖ ଗ୍ରାମର ମୁରବୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.