ବାଂଟିଲେ ଫଳ

0 907

ଭୁବନେଶ୍ୱର,୧୬/୧୨ (ଏସ୍ଏସ୍ ନିଉଜ)ଭୋକିଲାଙ୍କୁ ଦେଲେ ଫଳ ।ପଚାରି ବୁଲିଲେ କେଉଁମାନେ ଖାଇନାହାନ୍ତି ।ଶୋଇଥିବା ଲୋକମାନଙ୍କୁ ଉଠାଇ ପଚାରିପଚାରି ଚାଲିଲେ ।ସେମାନଙ୍କ ମଧ୍ୟରୁ ନଖାଇ ଶୋଇରହିଥିବା ୧୦ଜଣଙ୍କୁ ଖାଇବାକୁ ଦେଲେ ଫଳ ।ଏହିଭଳି ଏକ ଘଟଣା ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ।ଉଦ୍ୟମ ଟ୍ରଷ୍ଟର ପିଲାମାନେ ଭୋକିଲା ଙ୍କ ମୁହଁରେ ଚେନାଇ ହସ ଦେବାକୁ କରିଥିଲେ ପ୍ରୟାସ । ସମସ୍ତେ ଶୋଇପଡିବା ସମୟରେ ଟ୍ରଷ୍ଟର ପିଲାମାନେ ଷ୍ଟେସନରେ ପହଁଚିଥିଲେ ।ବିଳମ୍ଭିତ ରାତିରେ ଷ୍ଟେସନରେ ଘୁରିବୁଲିଲେ ସଦସ୍ୟ ସନ୍ଦିପ,ଅଜିତ,କାଳନ୍ଦି,ପିଂଟୁ । ଶୋଇଥିବା ଲୋକମାନଙ୍କୁ ଉଠାଇ ଖାଇନଥିବା ବିଷୟରେ ପଚାରିବୁଝିଥିଲେ । ସେମାନଙ୍କ ମଧ୍ୟରୁ ନଖାଇ ଶୋଇରହିଥିବା ୧୦ଜଣଙ୍କୁ ଖାଇବାକୁ ଦେଇଥିଲେ ଫଳ । ବିଳମ୍ଭିତ ରାତିରେ ଟ୍ରେନ ଯୋଗେ ଯାତ୍ରାକରିବାକୁ ଅପେକ୍ଷାକରିଥିବା ଯାତ୍ରୀମାନେ ପିଲାମାନଙ୍କର ଏହି ଅଭିନବ ଢଙ୍ଗରେ ସାହାର୍ଯ୍ୟକୁ ପ୍ରଶଂସା କରିବାକୁ ପଛାଇନଥିଲେ ।

Leave A Reply

Your email address will not be published.