ଭିନ୍ନକ୍ଷମ ନାବାଳିକାକୁ ଦୂଷ୍କର୍ମ ,ଅଭିଯୁକ୍ତ ଗିରଫ

0 314

ଭୁବନେଶ୍ବର: ୧୬/୧୨(ଏସ୍ ଏସ୍ ଏନ୍) ଜଣେ  ଆଦିବାସୀ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି  ନୀଳଗିରି ଥାନା ଅଞ୍ଚଳରେ ।  ନାବାଳିକାର  ଘରେ କେହି ନଥିବା ବେଳେ ପଡ଼ୋଶୀ ବିବାହିତ ଯୁବକ ବୁଦ୍ଧିଆ ସିଂ ଏହାର ସୁଯୋଗ ନେଇ ନାବାଳିକାକୁ  ଦୁଷ୍କର୍ମ କରିଥିଲା । ଯାହାକୁ ନେଇ ପିଡିତାର ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନୀଳଗିରି ଥାନାଧିକାରୀଣି ମିନତୀ ବିଶ୍ୱାଳ ତଦନ୍ତ କରି ସଂପୃକ୍ତ ଯୁବକ ବୁଦ୍ଧିଆ ସିଂକୁ ଗିରଫ କରିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.