ପାଇଲେନି ଟିକେଟ୍ , ଫେରିଗଲେ ପର୍ଯ୍ୟଟକ

0 289

ଭୁବନେଶ୍ବର:୧୬/୧୨-(ଏସ୍ ଏସ୍ ଏନ୍) ଏବେ ଚାଲିଛି ପର୍ଯ୍ୟଟନଋତୁ ।  ରାଜ୍ୟର ବିଭିନ୍ନ ପର୍ଯଟନସ୍ଥଳି ଏବେ ପର୍ଯ୍ୟଟକଙ୍କ ଭିଡ ଲାଗିରହିଛି । କେବଳ ସହର ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ଭ୍ରମଣର ମଜ୍ଜା ନେବାପାଇଁ । ଏଥି ସହିତ କିଛି ବିଦେଶି ପର୍ଯ୍ୟଟକ ମଧ୍ୟ ଆମ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡିକର ମନୋରମଦୃଶ୍ୟ ଦେଖିବା ପାଇଁ ଏଠାକୁ ଛୁଟିଆସିଥାନ୍ତି । ଯାହା ରାଜ୍ୟ ପର୍ଯ୍ୟଟନ ପାଇଁ  ଏକ ଶୁଭ ସଂଙ୍କେତ । କିନ୍ତୁ ବିଡମ୍ବନାର ବିଷୟ ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ପର୍ଯ୍ୟଟନସ୍ଥଳି ଗୁଡିକ ଅନେକ ଅବ୍ୟବସ୍ଥା ମଧ୍ୟରେ ରହିଛି । ଏମିତି ଏକ ପର୍ଯ୍ୟଟନସ୍ଥଳି ଯାହା ଓଡିଶାର ଗୌରର୍ବ ସେଠାରେ କିନ୍ତୁ ପର୍ଯ୍ୟଟକମାନେ ଟିକେଟ୍ ନପାଇ ଫେରିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।    କର୍ତ୍ତୁପକ୍ଷଙ୍କ ଅବହେଳା ହେଉ ଅବା କର୍ମଚାରୀଙ୍କ ଟିକେଟ କଳାବଜାରି ପାଇଁ ଦୂରଦୁରାନ୍ତରରୁ ଆସିଥିବା ପର୍ଯ୍ୟଟକ ଟିକେଟ ନ ପାଇ କିଛି ପର୍ଯ୍ୟଟକ ଫେରିଯାଇଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଘଟିଛି ବିଶ୍ବପର୍ଯ୍ୟଟନସ୍ଥଳି କୋଣାର୍କ ସୂର୍ଯ୍ୟମନ୍ଦିରରେ । ସୁଚନା ଯୋଗ୍ୟ , ରବିବାର ଛୁଟିଦିନ ଥିବାରୁ ଏଠାକୁ ସ୍କୁଲ , କଲେଜ ଛାତ୍ରଛାତ୍ରିଙ୍କ ସହ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ଯାହା ସୂର୍ଯ୍ୟ ମନ୍ଦିର ଗେଟ୍ ପାଖରେ ଲୋକାରଣ୍ୟ ସୃଷ୍ଟି ହୋଇଥିଲା । ଏହି ପର୍ଯ୍ୟଟକମାନେ ଟିକେଟ ପାଇଁ ଟିକେଟ କାଉଁଣ୍ଟରରେ ଭିଡ ଜମାଇଥିଲେ , କିନ୍ତୁ ଦୁଃଖର ବିଷୟ କାଉଁଣ୍ଟରରେ ଯେତିକି ପରିମାଣର ଟିକେଟ ଥିଲା ସେଗୁଡିକ ସରିଯାଇଥିଲା । ସେଥିପାଇଁ କାଉଁଣ୍ଟରରେ ବସିଥିବା କର୍ମଚାରୀ ଟିକେଟ ନ ଦେବାକୁ ମନା କରିଥିଲା । ଯାହାକୁ ନେଇ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡା ହୋଇଥିବା ପର୍ଯ୍ୟଟକ ମାନେ ହୋହାଲ୍ଲା କରିଥିବାର ଦେଖିବାକୁ ମିଳିଥିଲା । ତେବେ ବାରମ୍ବାର ଏଭଳି ଦାୟୀତ୍ବ ହୀନତା ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମନ୍ଦିର ପରିଦର୍ଶନରୁ ବଂଞ୍ଚିତ ହେଉଛନ୍ତି ଏବଂ କିଛି ଅସାଧୁ କର୍ମଚାରୀ ଟିକେଟ କୁ କଳାବଜାରୀ କରି ଚଢା ଦରରେ ବିକ୍ରି କରୁଛନ୍ତି ।ଯାହାଫଳରେ ଏଭଳି ସମସ୍ୟା ଦେଖାଦେଉଛି  ବୋଲି ପର୍ଯ୍ୟଟକମାନଙ୍କ ମହଲରେ ମତପ୍ରକାଶ ପାଇଛି ।ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ସଚିବ , ଜିଲ୍ଲାପାଳ ଦୃଷ୍ଟି ଦେବାକୁ ପର୍ଯ୍ୟଟକଙ୍କ ମହଲରେ ଦାବି ହେଉଛି ।

 

 

Leave A Reply

Your email address will not be published.