ଆଜିର ସନ୍ଥବାଣୀ

0 646

?ଲୋକଙ୍କର ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ !
?ଯଦି କାହା ସହିତ ସମ୍ପର୍କ ଶେଷ ହୋଇଯାଏ ତେବେ ତାଙ୍କ ଗୋପନ କଥା ଗୁଡିକ ସବୁବେଳେ ଗୋପନ ହିଁ ରଖନ୍ତୁ !
?କିଛି ସମ୍ପର୍କ ଏଥିପାଇଁ ଭାଙ୍ଗିଯାଏ, କାରଣ ସେଥିରେ… ଜଣେ ଅପେକ୍ଷା କରିଥିବା ବେଳେ ଅନ୍ୟ ଜଣେ ତାକୁ ଗୁରୁତ୍ୱ ଦେଇନଥାଏ !
?ସୁଖ ବାହାରୁ ମିଳିବା ଜିନିଷ ନୁହେଁ, କିନ୍ତୁ ଅହଂକାର ନ ଛାଡିଲେ ଏହା ହାସଲ ହୋଇ ପାରିବ ନାହିଁ !
?ଯିଏ ଅନ୍ୟର ଜୀବନରୁ ଦୁରେଇ ଯାଏ ସେ ନିଜକୁ ବି ନିଜର କରି ପାରେନା, ପବିତ୍ର ସମ୍ପର୍କକୁ ଯିଏ ପାଦରେ ଆଡେଇ ଦିଏ ସେ ନିଜ ହୃଦୟକୁ ବି ଖୋଜି ପାଏନା !
?ଯେଉଁ ବ୍ୟକ୍ତି ଅହଂକାରର ବଶବର୍ତ୍ତୀ ହୋଇ କିଛି ପଦକ୍ଷେପ ନେଇଥାଏ ସେ ହିଁ ଅହଂକାର ପାଇଁ ଦିନେ ପଶ୍ଚାତାପ କରେ !
-ବାସ୍ତୁକଥା,ଭୋଜନ ସମ୍ୱନ୍ଧୀୟ କିଛି ଜାଣିବା କଥା-
?ଭୋଜନ କରୁଥିବା ସମୟରେ କୋଣସି କଥାର ଆଲୋଚନା କରିବା ଅନୁଚିତ ଅଟେ।
?ଭୋଜନ କରି ସାରିବା ପରେ କିଛି ବାଟ ଚାଲିବା ଆବଶ୍ୟକ ମାତ୍ର ତାହାର ମାନେ ନୁହଁ ଯେ ଆପଣ ଦୌଡ଼ିବାକୁ ଆରମ୍ଭ କରିବେ।
?ଯେଉଁ ଥାଳି ଉପରେ କାହାର ଗୋଡ ଲାଗିଯିବ ସେ ଥାଳିରେ ତ୍ୟାଗ କରିବା ଉଚିତ।
?ଗୋଟେ ଥାଳିରେ ଯଦି ଭାଇ ଭାଇ ଭୋଜନ କରିଥାନ୍ତି ତାହେଲେ ଘରେ ଧନ ଆଉ ଧନ୍ୟର ମାତ୍ର ବଢି ଯାଇଥାଏ।
?ସ୍ତ୍ରୀକୁ ସ୍ୱାମୀ ଭୋଜନ କରି ସରିବା ପରେ ଭୋଜନ କରିବା ଆବଶ୍ୟକ ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିଥାଏ।
-ପୃଷ୍ଠ ଭୂମି –
?ମୁଁ ଶବ୍ଦକୁ ବାରମ୍ବାର ପ୍ରୟୋଗ କରିବା ଅନୁଚିତ୍, କାରଣ ଏହା ନିଜର ଅହଂ ଭାବକୁ ପରିଲକ୍ଷିତ କରିଥାଏ ।
?ବିନା ସ୍ବାର୍ଥରେ ଗଢା ଯାଇଥିବା ସମ୍ପର୍କ ବହୁତ ମଜବୁତ୍ ହୋଇଥାଏ, ଯେତେ ବାଧାବିଘ୍ନ ଆସୁ ପଛେ ତାହା କେବେହେଲେ ଭାଙ୍ଗେ ନାହିଁ ।
?ବିଶ୍ୱାସ ଏବଂ ସତ୍ୟ ହେଉଛି ଏକ ଦୃଢ଼ ସମ୍ପର୍କର ଦୁଇଟି ସ୍ତମ୍ଭ.. ଯଦି ତୁମେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରୁନାହଁ, ତେବେ ତୁମେ ତାକୁ ସତ୍ୟ କହିବ ନାହିଁ ଏବଂ ଯଦି ତୁମେ ତାକୁ ସତ୍ୟ ନ କୁହ, ତେବେ ସେହି ବ୍ୟକ୍ତି ତୁମକୁ ବିଶ୍ୱାସ କରିବ ନାହିଁ
?ସିଧାସଳଖ କହିବା ଶିଖନ୍ତୁ, କାହାର ପଛପଟେ ନୁହେଁ ।
?ଅନ୍ୟର ଦୋଷ ଦେଖିଲା ମାତ୍ରେ ତାକୁ ସମାଲୋଚନା କରିବା ପୂର୍ବରୁ ନିଜର ସେହି ଦୋଷ କେତେ ଦୂର ଅଛି ପ୍ରଥମରୁ ବିଚାରୀ ନିଅ ।
?ଜୀବନ ରେ ସବୁବେଳେ ଖୁସି ରେ ରୁହ । ଡରିକି ବଞ୍ଚନା କି କିଏ କଣ କହିବ, ଆରେ ଲୋକଙ୍କ କାମ ସେମାନେ କହିବେ ।
!ଆଜିର ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ !

Leave A Reply

Your email address will not be published.