୩ଘଂଟାରେ ୧୩୦କିଲୋମିଟର ସାଇକେଲରେ ଆସିଲେ ବୃଦ୍ଧ

0 482

ଭୁବନେଶ୍ୱର,୧୨/୫(ଏସଏସନିୟୁଜ) ପତ୍ନୀଙ୍କ ମୃତ୍ୟୁ ହେଲା ।ଦୁରରେ ରହୁଥିବା ସ୍‌ାମୀଙ୍କ ପାଖକୁ ଖବର ପହଁଚିଲା ।ମୃତ୍ୟୁଖବର ପାଇ ଅସିବାକୁ ଚାହୁଁଥିଲେ ମଧ୍ୟ କୈାଣସି ସୁବିଧା ମିଳିନଥିଲା ।ବାଧ୍ୟହୋଇ ସାଇକେଲ ଧରି ବାହାରିଥିଲେ ରବି ଶଙ୍କର । ମଧ୍ୟପ୍ରଦେଶର ଅଗର ମାଲୱାରେଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କ ମୃତ୍ୟୁ ଖବରପାଇ ରାତାରାତି ସାଇକେଲ ଚଳାଇ ଆସିଥିଲେ ।କରୋନା ଅବଧି ସମୟରେ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବୃଦ୍ଧ ରବି ଶଙ୍କର ପାନୱାରଇନ୍ଦୋର ଠାରୁ ୧୦ କିଲୋମିଟର ଦୂରରେ ଥିବା ତାଲାଭାଲି ଗାଁରୁ ୧୩୦-କିଲୋମିଟର ରାସ୍ତାକୁ ଅତିକ୍ରମ କରି ୩ଘଂଟାରେ ପହଁଚିଥିଲେ । ସେ ୧୯୮୬ ମସିହାରେ ମାଲିପୁରା ଅଗର ମାଲୱା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରାତିରେ ଏହି ଯାତ୍ରା ସମୟରେ ସବୁଆଡେ ତାଲା ପଡିଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ଏପରିକି ଭୋକିଲା, ଶୋଷିଲା ରହି ରାସ୍ତାରେ ପାଣି ମଧ୍ୟ ପାଇ ନଥିଲେ। ଶେଷରେ ରବି ଶଙ୍କର ଘରେ .ପହଁଚିବାପରେ ସାଇକେଲ ଚଳାଇ ଏତେ ଦୂର ରାସ୍ତା ଦେଇଆସିଥିବାର କେହି ଆଶା କରିନଥିଲେ ମଧ୍ୟ ..ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ।

Leave A Reply

Your email address will not be published.