ଗୀତରେ ଚାଲିଲା ଗଣିତମେଳା

0 537

ଚନ୍ଦକା,୨୦/୧୨-(ଏସ୍ଏସ୍ ନିଉଜ)ପିଲାମାନେ ଶୁଣିଲେ ଗୀତ କହିଲେ ଉତର ।ଏହିଭଳି ଏକ ଅଭିନବ ଢଙ୍ଗରେ ପିଲାମାନଙ୍କୁ ପଚରାଯାଇଥିଲା ଗଣିତବିଷୟରେ ବିଭିର୍ଣ ପ୍ରଶ୍ନ । ନିଆରା ଭାବେ ଆୟୋଜିତ ହୋଇଥିଲା ଗଣିତମେଳା । ଖୋର୍ଦ୍ଧାଜିଲ୍ଲାରେ ଏହା ପ୍ରଥମକରି ଅନ୍ଧାରୁଆ ଗ୍ରାମପଚାଂତର ଗୋଡିବାରିପ୍ରକଳ୍ପ ପ୍ରାଥମିକବିଦ୍ୟାଳୟରେ ଶୁକ୍ରବାରଦିନ ହୋଇଥିଲା ପଂଚାୟତସ୍ତରୀୟ ଗଣିତମେଳା ।ଏହାକୁ ଆନୁଷ୍ଠାନିକଭାବେ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁକୁମାରରାଉତ ପ୍ରଦୀପପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ।ଗଣିତମେଳା ଆରମ୍ଭରୁ ପାରମ୍ପାରିକଭାବେ ଆଦିବାସୀମାନେ ସେମାନଙ୍କ ନୃତ୍ୟମାଧ୍ୟମରେ ଜିଲ୍ଲାପ।ଳଙ୍କୁ ସ୍ୱାଗତ କରିବାସହ ପାଛୋଟି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ଦେବେନ୍ଦ୍ରସାହୁ,ଭୁବନେଶରବ୍ଲକବିଡିଓ ତ୍ରିଲୋଚନମହାନ୍ତି,ସରପଂଚ ଦିଲିପତରାଇ,ଶିକ୍ଷାଅଧିକାରୀ ସସ୍ମିତାମାଳୀ,ଅତିରିକ୍ତ ଶିକ୍ଷାଅଧିକାରୀ ଚୈତନ୍ୟଜେନା, ଅକ୍ଷୟଫାଉଣ୍ଡେସନର ପରିଚାଳକ ଖ୍ରୀଷ୍ଟଫରଦୀପ୍ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ସରପଂଚଙ୍କର ଏହି ନିଆରା ଯୋଜନାକୁ ଭୁୟଂସି ପ୍ରଶଂସା କରିଥିଲେ ।୨୨ଡିସେମ୍ବରରେ ଜାତୀୟଗଣିତଦିବସ ପାଳନ ହେଉଥିବାବେଳେ ଏହାର ଦୁଇଦିନ ପୁର୍ବରୁ ଗଣିତମେଳାର ପରିକଳ୍ପନା କୁ ସମସ୍ତେ ସ୍ୱାଗତ କରିଥିଲେ ।

ଶିକ୍ଷକମାନେ ପିଲାମାନଙ୍କୁ ବଭିର୍ଣ ଗୀତମାଧ୍ୟମରେ ଗଣିତର ପ୍ରଶ୍ନ ପଚାରିବାସହ ଗଣିତ ପ୍ରତିଯୋଗୀତା,ଗଣିତଖେଳ,ଗଣିତକୁଇଜ ଆଦି ଅନୁଷ୍ଠିତ ହୋଇଥିଲା । ଉଦଯାପନି ଉସବରେ ସ୍ଥାନୀୟ ବିଧାୟକ ସୁରେସ ରାଉତରାୟ ,ଜିଲ୍ଲାଶିକ୍ଷାଅଧିକାରୀ ବୃନ୍ଦାବନ ଶତପଥି,ଜିଲ୍ଲାପ୍ରକଳ୍ପ ସଂଯୋଜିକା ଅମିତାପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦାନ କରି କୃତିଛାତ୍ରଛାତ୍ରିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଗୋଡିବାରିପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ରନାଥ ବେହେରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.