ଆଜିର ଅନୁଚିନ୍ତା

0 271

ବିଶ୍ବାସ ନହେଲେ ବି ସତ

ଆମେଚାଲୁଥିବାସମୟରେ ଦୁଇ  ପାଦ ଭିତରେ ଅନେକ ତଫାତ୍ ଥାଏ……ଗୋଟିଏ ପାଦ ଆଗକୁ ଥାଏ ତ ଅନ୍ୟଟି ପଛରେ ରହିଯାଏ……

ନା କେବେ ବି ଆଗରେ ଥିବା ପାଦ ଅଭିମାନ କରେ କି ନା କେବେ ପଛରେ ଥିବା ପାଦ  ଅପମାନ ଭାବେ……କାହିଁକି ନା ସେମାନେ ଜାଣନ୍ତି କିଛି କ୍ଷଣ , ମଧ୍ୟରେ ସ୍ଥିତି ବଦଳି ଯିବ….ଏହାକୁ ତ ଜୀବନ କହନ୍ତି……

ଯେଉଁଠି ନିଜ ଜାଗା ନାହିଁ……..ଅଭିଯୋଗ କାହିଁକି ? ଯେଉଁଠି ବିଶ୍ବାସ ନାହିଁ…..ପ୍ରମାଣ କାହିଁକି ?  ?ଯେଉଁଠି ଭରସା ନାହିଁ…ସେଠି ସମ୍ପର୍କ କାହିଁକି ? ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।

ଭକ୍ତିକଥା
ନା ହରଣରେ ନା ବରଣରେ କେବଳ ଭଗବାନଙ୍କର ଚରଣରେ ହିଁ ଭକ୍ତି ମିଳିଥାଏ ।

?ଯିଏ ଯେମିତି କର୍ମ କରିବ ତାକୁ ସେମିତି ଫଳ ମିଳିବ,ଏହି ସିଦ୍ଧାନ୍ତ ଭଗବାନ ସମସ୍ତଙ୍କ ପାଇଁ ତିଆରି କରିଛନ୍ତି ଏବଂ ନିଜେ ମଧ୍ୟ ତାକୁ ସିଦ୍ଧ କରିଛନ୍ତି।ଭଗବାନ କୌଣସି ବଂଧନରେ ବାନ୍ଧି ହୋଇ ନ ଥାନ୍ତି, ଯୋଗୀର ମଧ୍ୟ ଯୋଗୀ ତଥାପି ଭଗବାନ ରାମ ଓ କୃଷ୍ଣ ଏହି ଦୁଇଟି ଅବତାରରେ ତାକୁ ସିଦ୍ଧ କରିଛନ୍ତି।

?ରାମ ଅବତାରରେ ଭଗବାନ ଲୁଚିକରି ବାଳିକୁ ମାରିଥିଲେ ,କୃଷ୍ଣ ଅବତାରରେ ଯେତେବେଳେ ଭଗବାନ ନିଜ ଲୀଳାକୁ ବିଶ୍ରାମ ଦେଇ ଯିବାକୁ ଲାଗିଲେ,ସେହି ବାଳି ବ୍ଯାଧ୍ର ହୋଇ ଆସିଛି ଏବଂ ସେ ଲୁଚିକରି ଭଗବାନଙ୍କର ଚରଣ କମଳକୁ ତୀର ମାରିଛି।

?ଏହିପରି ରାମ ଅବତାରରେ ରାବଣ ଜାନକୀଙ୍କୁ ହରଣ କରି ନେଇଗଲା।ପର ଜନ୍ମରେ ସେହି ରାବଣ ଶିଶୁପାଳ ରୁପରେ ଆସିଛି ଏବଂ ତା’ର ବିବାହ ରୁକ୍ମିଣୀଜୀ ସହିତ,ରୁକ୍ମିଣୀଙ୍କ ଭାଇ ଜବରଦସ୍ତି ଏହି ବାହାଘର ଠିକ୍ କରିଦେଇଥିଲା।ଏହି ଅବତାରରେ ଭଗବାନ ରୁକ୍ମିଣୀଜୀଙ୍କ ହରଣ କରିଥିଲେ।

?ରାବଣର ଦୁଇଟି ଯାକ ଜନ୍ମରେ ଗୋଟିଏ ସୀତାଜୀଙ୍କ ହରଣ କରିଥିଲା ଏବଂ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଲଙ୍କାରେ ରଖିଥିଲା ଏବଂ ଶିଶୁପାଳ ରୁପରେ ପୁନର୍ବାର ବରଣ କରିବାକୁ ଚାହିଁଥିଲା କାରଣ ହରଣରେ ତ ମିଳିଲାନି ତେଣୁ ବରଣ କରିବାକୁ ଚାହିଁଥିଲା।

?ପରନ୍ତୁ ଭଗବାନ ଏଠାରେ ଏହା ସୂଚାଇ ଦେବାକୁ ଚାହୁଁଛନ୍ତି କି ଜାନକୀ ମା ହେଉଛନ୍ତି ସାକ୍ଷାତ୍ ଭକ୍ତି, ଲକ୍ଷ୍ମୀ ସ୍ବରୁପା ଅଟନ୍ତି ଏବଂ ଭକ୍ତି ନା ତ ହରଣ କଲେ ମିଳିଥାଏ ନା ବରଣ କଲେ ମିଳିଥାଏ ବରଂ ଭଗବାନଙ୍କର ଶରଣକୁ ଆସିଲେ ହିଁ ତାଙ୍କ ଚରଣରେ ଭକ୍ତି ମିଳିଥାଏ। ପ୍ରାୟତଃ ଦେଖାଯାଇଥାଏ ଲକ୍ଷ୍ମୀଜୀ ସବୁବେଳେ ଭଗବାନଙ୍କର ଚରଣ ସେବାରେ ରହିଥାନ୍ତି।

?ସୀତାଜୀ ଲକ୍ଷ୍ମୀ ସ୍ବରୁପା ଅଟନ୍ତି, ଏବଂ ଭଗବାନ ହିଁ କେବଳ ଲକ୍ଷ୍ମୀଙ୍କ ପତି ଅଟନ୍ତି ।ଯେତେବେଳେ ଯିଏ ଯିଏ ଲକ୍ଷ୍ମୀ ଙ୍କ ପତି ହେବାକୁ ଚାହିଁଛନ୍ତି ତାକୁ ଲକ୍ଷ୍ମୀଜୀ ଧୋକା ଦେଇ ଚାଲିଯାଇଛନ୍ତି କାରଣ ଲକ୍ଷ୍ମୀଜୀ ତ କେବଳ ନାରାୟଣଙ୍କର।ନାରଦଜୀ ବିଶ୍ବମୋହିନୀଙ୍କୁ ବରଣ କରିବାକୁ ଚାହିଁ ଥିଲେ, ମିଳିଲେ ନାହିଁ ।ଶିଶୁପାଳ ବି ଚାହିଁ ଥିଲା,ତାକୁ ବି ମିଳିନଥିଲା।ରାବଣ ବି ଚାହିଁ ଥିଲା ……..ତେଣୁ ନା ହରଣରେ, ନା ବରଣରେ, କେବଳ ଶରଣରେ ହିଁ ଭଗବାନଙ୍କର ମିଳିଥାଏ ଚରଣ” ।ଆପଣଙ୍କ ପାଇଁ ଦିନଟି ମଙ୍ଗଳ ମୟ ହେଉ। ଜୟ ଶ୍ରୀରାମ

Leave A Reply

Your email address will not be published.