ବସ୍ତା ଅଂଚଳରୁ ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ

0 157

ବାଲେଶ୍ୱର,୨୪/୬(ଏସଏସନିୟୁଜ) ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ କରିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁଗିରଫ କରାଯାଇଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ବସ୍ତାଅଂଚଳରେ ଚୋରା ବ୍ରାଉନ୍ ସୁଗର ବିକ୍ରି ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଅଧିକାରୀମାନେ ନଜର ରଖିଥିଲେ । ସେହି ଅନୁଯାୟୀ ଉକ୍ତ ଅଂଚଳରେ ଚଢଉ କରାଯାଇବ୍ରାଉନ୍ ସୁଗର ଜବତ କରାଯାଇଛି ବୋଲି ଡିଜିି ଅଭୟ କହିଛନ୍ତି । ଏନେଇ ଏସ୍‌ଟିଏଫ୍‌ରେଏକ ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଜାରି ରହିଥିବା ସେ ସୂଚନା ଦେଇଛନ୍ତି ।୨୦୨୦ ମସିହାରେ ନାର୍କୋଟିକ୍ ଡ୍ରଗ୍‌ସ ବିରୋଧରେ ଏସ୍‌ଟିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍‌କରାଯାଇଥିଲା । ସେହି ସମୟରେ ୩୪ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ୍ ସୁଗର,ହେରୋଇନ୍ ଜବତକରାଯାଇଥିବାବେଳେ ୬୬ କ୍ୱିଂଟାଲ ଗଞ୍ଜେଇ ଏବଂ ୧୦୦ରୁ ଉର୍ଦ୍ଧ୍ୱ ଚୋରା ବ୍ୟବସାୟୀଙ୍କୁଏସ୍‌ଟିଏଫ୍ ଗିରଫ କରିଥିଲା । ଡ୍ରଗ୍‌ସ କାରବାର ବିରୋଧରେ ଏସ୍‌ଟିଏଫ୍‌ର ଭୂମିକାକୁପ୍ରଶଂସା କରିବା ସହ ଏସ୍‌ଟିଏଫ୍ ଡିଆଇଜି ଏବଂ ଅନ୍ୟ କର୍ମଚାରୀଙ୍କୁ ଡିଜିପି ଅଭୟ ସାଧୁବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.