ଆଜିର ଅନୁଚିନ୍ତା

ତାରିଖ - ୨୯:୦୬:୨୦୨୧ (ମଙ୍ଗଳବାର)

0 604

?ସ୍ମୃତି ନେଇ ବଞ୍ଚି ରହିବାଠୁ ସ୍ବପ୍ନ ନେଇ ବଞ୍ଚି ରହିବା ଅନେକ ଭଲ କାରଣ ସ୍ମୃତି ମଣିଷକୁ କଷ୍ଟ ଦିଏ ଆଉ କନ୍ଦାଏ କିନ୍ତୁ ସ୍ବପ୍ନ ମଣିଷକୁ ନୂଆ କିଛି ଆଶା ଦେଖାଏ ।
?କଷ୍ଟ ଏମିତି ଗୋଟିଏ ଜିନିଷ ଯାହା କେବଳ ନିଜକୁ ବହନ କରିବାକୁ ପଡିଥାଏ କେହି ଏହାର ଭାଗ ନେବାକୁ ଚାହାଁନ୍ତି ନାହିଁ ।
?ମଣିଷ ନିଜେ ଭୁଲ୍ କରିଥାଏ ଆଉ ସେ ଭୁଲ୍ କୁ ସହଜରେ ଭୁଲି ଯାଏ କିନ୍ତୁ ଅନ୍ୟର ଭୁଲ୍ କୁ ଗୋଟି ଗୋଟି ମନେ ରଖିଥାଏ ।
?ଖୁସି ରହିବାର ସହଜ ଉପାୟ “ଭରଷା” ନିଜ ଉପରେ ରଖ ଅନ୍ୟ ଉପରେ ନୁହେଁ
?Advice ସମସ୍ତେ ଦେବା ପାଇଁ ପସନ୍ଦ କରନ୍ତି କିନ୍ତୁ କେହି ନେବା ପାଇଁ ପସନ୍ଦ କରନ୍ତି ନାହିଁ ।
ଆଜିର ସୁବିଚାର
?ଗର୍ବ କେଉଁ କଥାରେ କରୁଛ ବନ୍ଧୁ… ଆଜି ମାଟି ଉପରେ ଅଛ କାଲି ମାଟି ତଳେ ଥିବା ।
?ଜାଗ୍ରତ ହୁଅ ଓ ନିଜକୁ ପ୍ରସ୍ତୁତ କର। ଲକ୍ଷ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ବିଶ୍ରାମ ପାଇଁ ତରବର ହୁଅ ନାହିଁ।
?ଶିକ୍ଷା ଲାଭକରି ଏହାର ଯଥା ଉପଯୋଗ ନ କଲେ ଏହାର ମୂଲ୍ୟ ନଥାଏ। ଏଣୁ କାଗଜ ପତ୍ରର ସାର୍ଟିଫିକେଟ ପାଇଁ ବ୍ୟସ୍ତତାର କୌଣସି ମୂଲ୍ୟ ନାହିଁ ।
?ଯେଉଁ ଲୋକେ ‘ତୁମେ କିଛି କରିପାରିବ ନାହିଁ ବୋଲି କହନ୍ତି’ ପୁଣି ସେହି ଲୋକ ତୁମ ସଫଳତାରେ ଈର୍ଷା କରିଥାନ୍ତି ।
?ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହାର ବିଷ ତାର ଦାନ୍ତରେ ନୁହେଁ ତା କଥା ବାର୍ତ୍ତାରେ ଥାଏ ।
ସଂସାରଟା ସବୁଠାରୁ ବଡ଼ ଉପନ୍ୟାସ ଅଟେ। ଯାହାକୁ ଆମେ ଜୀବନସାରା ଚେଷ୍ଟା କଲେ ମଧ୍ୟ ପଢିପାରିବା ନାହିଁ…. ଏଵଂ ସମୟ ସବୁଠାରୁ ବଡ଼ ଶିକ୍ଷକ ଅଟେ। ଯିଏ ପ୍ରତିକ୍ଷଣରେ କିଛି ନା କିଛି ନୂତନ ଶିକ୍ଷା ଦେଇଥାଏ..
।। ଆଜି ମଙ୍ଗଳବାର ପ୍ରଭୁ ଜଗନ୍ନାଥଙ୍କ ଅଣସର ପଞ୍ଚମୀ ଦିନ। ପ୍ରଭୁ ହନୁମାନଙ୍କ ନିକଟରେ କୋଟି କୋଟି ପ୍ରଣାମ.ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ।।

Leave A Reply

Your email address will not be published.