ଆମେରିକାକୁ ଟପିଲା ଭାରତ

ଆଜିର ଖବର ତାରିଖ–୨୯-୦୬-୨୦୨୧(ମଙ୍ଗଳବାର)

0 678

୧. ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ
୨. ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ ।
୩. ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ, ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହେଉ, ସ୍ଥାନୀୟ ନିର୍ବାଚନ ଓ ସଂଗଠନ ଉପରେ ଜୋର ଦେବାକୁ ଆହ୍ବାନ ।
୪. ପିଲାମାନଙ୍କ ପାଇଁ କୋଭିଡ ଟିକା ଉପଲବ୍ଧ ହେବା ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ଓ ଏହା ଦ୍ୱାରା ସ୍କୁଲ୍ ଖୋଲିବା ଓ ପିଲାମାନଙ୍କ ବାହାରକୁ ଯିବା ଆସିବାର ବାଟ ଫିଟିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର ମୁଖ୍ୟ ଡଃ ରଣଦୀପ୍ ଗୁଲେରିଆ ।
୫. ମଙ୍ଗଳବାରଠାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି ଟୀକା, କୋୱିନ ପୋର୍ଟାଲରେ ପଞ୍ଜିକରଣ କରି ନେଇ ହେବ ଟିକା ।
୬. କରୋନା ଟିକାକରଣରେ ଆମେରିକାକୁ ଟପିଲା ଭାରତ, ଆମେରିକାରେ ୩୨ କୋଟି ୩୩ଲକ୍ଷ ୨୭ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ଭାରତରେ ୩୨ କୋଟି ୩୬ଲକ୍ଷ ୬୩ହଜାର ୨୯୭ ଜଣଙ୍କୁ ଟିକାକରଣ କରାଯାଇଛି ।
୭. କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ ।
୮. ଏହି ସବୁ ଟ୍ରେନ ବାତିଲ କଲା ପୂର୍ବତଟ ରେଳବାଇ, ସେହିପରି ପୁରୀ ଅନୁଗୁଳ ସ୍ପେସିଆଲ ଟ୍ରେନକୁ ଜୁଲାଇ ୩,୪,୧୦, ୧୧, ୧୨, ୧୭, ୧୮ ୨୦ ଓ ୨୧ ତାରିଖ ଦିନ ମାନଙ୍କରେ ବାତିଲ ହେବ ।
୯. କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ସିରିଜର ଅତ୍ୟାଧୁନିକ ମିଜାଇଲ୍ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
୧୦. ବିବାଦ ପରେ ଭାରତର ଭୁଲ ମାନଚିତ୍ରକୁ ହଟାଇଲା ଟ୍ବିଟର: ବଡ କାର୍ଯ୍ୟାନୁଷ୍ଠାନ ପାଇଁ ହେଉଥିଲା ଦାବି ।
୧୧. ଜୁଲାଇ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଜୁଲାଇ ୧୪ ପର୍ଯ୍ୟନ୍ତ ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।
୧୨. ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳିବ ରୋଗନିର୍ଣ୍ଣୟ ପରୀକ୍ଷା ସୁବିଧା, ଖର୍ଚ୍ଚ ହେବ ୨୪୫୪କୋଟି ।
୧୩. ପାଇଲଟ୍ ପ୍ରୋଜେକ୍ଟ ଭାବେ ଆସନ୍ତା ଅଗଷ୍ଟ ମାସରେ ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହେବ । ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
୧୪. କୋୱିନ୍ ୱେବସାଇଟ୍ ଅନୁସାରେ, ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍‌-ଭି ଟିକା ପାଇଁ ସ୍ଲଟ ଉନ୍ମୁକ୍ତ ହୋଇଛି । ଆସନ୍ତା ମଙ୍ଗଳବାରଠୁ ଏହି ସ୍ଲଟ୍ ନିମନ୍ତେ ପଞ୍ଜିକରଣ କରାଯିବ ବୋଲି ହସ୍ପିଟାଲ ପକ୍ଷର ସୂଚନା ମିଳିଛି। ଏବେ ସ୍ପୁଟନିକ୍ ଭି ଟିକା ପାଇଁ ୧୧୪୫ଟଙ୍କା ଦେବାକୁ ପଡ଼ିବ ।
୧୫. ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ, ପୁନଃମୂଲ୍ୟାୟନ ଦାବି କଲେ ଛାତ୍ରଛାତ୍ରୀ ଅଭିଭାବକ ।
୧୬. ଦେଶରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସହିତ ଜଡିତ ନିଯୁକ୍ତ ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । କରୋନା ସଙ୍କଟର ଆସନ୍ତା ବର୍ଷ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମୋଦି ସରକାର ତାଙ୍କ ବେତନରୁ କଟାଯାଇଥିବା ପିଏଫ୍ ପରିମାଣ ଦେବେ ।
୧୭. ଭାରତୀୟ କ୍ରିକେଟ୍ ଟିମ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି । ଭାରତୀୟ ଟିମ୍ ଶ୍ରୀଲଙ୍କାରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ୍ ଖେଳିବ । ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।
୧୮. ରାଜ୍ୟରେ ୬୦୦ ସିଟ୍‌ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ । ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି ଲେଖାଏ ସିଟ୍‌ ରହିବ । ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।
୧୯. ମହାମାରୀ କରୋନାରୁ ଆଜି ୩୩୮୫ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ୮୭୦୭୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି ।
୨୦. ଟୁଇଟରରେ ଟପ୍ ଟ୍ରେଣ୍ଡିଂ ହେଲା ଦେଶବ୍ୟାପୀ କର୍ମଚାରୀଙ୍କ ପୁରୁଣା ପେନସନ ଲାଗୁ ଦାବି ।
୨୧. ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା: ସ୍ପଷ୍ଟ କଲା ଅର୍ଥ ମନ୍ତ୍ରାଳୟ ।
୨୨. ୟୁଏଇରେ ହେବ ଟି-ଟ୍ବେଣ୍ଟି ବିଶ୍ୱକପ୍ ।
୨୩. ଜୁଲାଇ-ଅଗଷ୍ଟରେ ପିଲାଙ୍କ ଟିକାକରଣ! ଜାଇଡ଼ସକାଡିଲା ଟିକାର ପରୀକ୍ଷାକରଣ ।
୨୪. ରାଜ୍ୟରେ ଗୋଟିଏ ଦିନରେ ୩୩୧୯ ପଜିଟିଭ୍ , ୪୩ ମୃତ୍ୟୁ ।
୨୫. ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡିକ ହେଲା , ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ପୂରୀ , ଖୋର୍ଦ୍ଧା , ନୟାଗଡ଼ , ଗଜପତି , ଗଞ୍ଜାମ , କେନ୍ଦୁଝର , ମୟୂରଭଞ୍ଜ , ମାଲକାନଗିରି , କୋରାପୁଟ ଓ କନ୍ଧମାଳ
➡️କରୋନା ଟିପ୍ସ୍:ନିଶ୍ଚିତ ମାନିବା-ମାସ୍କ୍ ପିନ୍ଧିବା, ହାତ ଧୋଇବା,ଦୁରତ୍ଵ ରଖିବା। କରୋନା କୁ କର ନା।– ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର । ଶୁଭସକାଳ , GOOD MORNING

Leave A Reply

Your email address will not be published.