ମାଟ୍ରିକ ରେଜଲ୍ଟ ବିଭ୍ରାଟର ଚବିଶ ଘଣ୍ଟାରେ ସମାଧାନ କର- ଓଡିଶା ଅଭିଭାବକ ମହାସଂଘ

0 182

ଭୁବନେଶ୍ୱର,୨୮/୬ (ଏସଏସନିୟୁଜ) ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଆଜି ଫଳାଫଳରେ ତ୍ରୁଟି ନେଇ ଅଭିଯୋଗ ଆସିଲାଣି । ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାଇ ନବମ ଓ ଦଶମ ଶ୍ରେଣୀ ଉଭୟ ଶ୍ରେଣୀର ପୂର୍ବରୁ ହୋଇଥିବା ପରୀକ୍ଷାର ନମ୍ବର ଆଧାରରେ ରେଜଲ୍ଟ ପ୍ରକାଶ ପାଇବା କଥା । ହେଲେ ଏହି ସବୁ ସ୍କୁଲ ଓ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ଥିବା ବେଳେ ଆମର ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ । ବିଶେଷ କରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରି ପ୍ରାଇଭେଟ ସ୍କୁଲ ମାନଙ୍କ କ୍ଷେତ୍ରରେ ଏହି ଅଭିଯୋଗ ଅଧିକ ସଂଖ୍ୟାରେ ଆସିଛି । କିଛି ଅଂଚଳରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆନ୍ଦୋଳନ, ଧାରଣା ଓ ରାସ୍ତା ଅବରୋଧ ଆଦି ଘଟଣା ସାମ୍ନାକୁ ଆସିଛି । ପରିସ୍ଥିତି ଆଗକୁ ଆହୁରି ଅତ୍ୟଧିକ ଖରାପ ଆଡକୁ ଗତି କରି ଏହା ଏକ ବିରାଟ ଉଗ୍ର ଆନ୍ଦୋଳନର ରୂପ ନେଇପାରେ । ତା ଛଡା ପିଲାମାନଙ୍କୁ ତାଙ୍କ ନ୍ୟାର‌୍ୟ୍ୟ ଅଧିକାରରୁ ମଧ୍ୟ ବଞ୍ଚିତ କରିବା ଉଚିତ ନୁହେଁ । ମାଟ୍ରିକ ପରୀକ୍ଷା ନମ୍ବର ପିଲାଙ୍କ କ୍ୟାରିଅର ପାଇଁ ଗୁରୁତ୍ୱପୂର୍ଣ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ତ୍ରୁଟି ସୁଧାରକରି ନୂତନ ମାର୍କ ସିଟ ପ୍ରଦାନ କରାଯିବା ଉଚିତ । ଯଦ୍ବାରାକି ସେମାନେ ଭଲ କଲେଜରେ ଆଡ଼ମିସନ କରି ପାରିବେ ।ତେଣୁ ଗଣଶିକ୍ଷା ବିଭାଗ ସମସ୍ୟା ସମାଧାନ ପାଇଁ ତୁରନ୍ତ ଏକ ଅଭିଯୋଗ ପ୍ରକୋଷ୍ଠ ସେଲ ଗଠନ କରି ଦୁଇଟି ଟୋଲ ଫ୍ରି ଫୋନ ନମ୍ବର ଓ ମେଲ ଆଇଡି ଦିଅନ୍ତୁ । ଯେଉଁମାନେ ଅଭିଯୋଗ କରିବେ ଏହି ମାଧ୍ୟମରେ ଜଣାଇଲେ ଚବିଶ ଘଣ୍ଟା ଭିତରେ ତାର ସମାଧାନ କରାଯାଉ ବୋଲି ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି ।

Leave A Reply

Your email address will not be published.