୭୦ ପ୍ରତିଶତ ସିଲାବସକୁ ନେଇ ହେବ ମାଟ୍ରିକ ପରୀକ୍ଷା

0 149

ଭୁବନେଶ୍ୱର,୭/୨(ଏସଏସନିୟୁଜ) ମାଟ୍ରିକ ପରୀକ୍ଷା ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସକୁ ନେଇ ପୁଣି ଥରେ ହେବାକୁ ଥିବା ଅଫ୍‌ଲାଇନ୍‌ମାଟ୍ରିକ ପରୀକ୍ଷା ଦିଅନ୍ତୁ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ପରୀକ୍ଷା ହେବାସହ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ  ଫର୍ମ ଫିଲପ୍ ଚାଲିବ। ବୋର୍ଡ ପକ୍ଷରୁ ୧୫ ଦିନ ଭିତରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଉଦ୍ୟମ କରାଯିବ । ଫରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା କ୍ଷେତ୍ରରେ ମଧ୍ୟ ଏହି ନମ୍ବରକୁ ବିଚାରକୁ ନିଆଯିବ । ପରୀକ୍ଷା ଫଳାଫଳକୁ ନେଇ ଯେଉଁମାନଙ୍କର ଶଙ୍କା ରହିଛି, ସେମାନେ ଫର୍ମ ଫିଲପ୍ କରନ୍ତୁ। ତେବେ କୋଭିଡ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବାସହ ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବା ସେନେଇ ବୋର୍ଡ ନିଷ୍ପତି ନେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.