କଲେଜ ଆସିବେ ସବୁ ଷ୍ଟାଫ୍

0 286

ଭୁବନେଶ୍ୱର,୫/୭(ଏସଏସନିୟୁଜ) ଏଣିକି କଲେଜ ଆସିବେ ସବୁ ଷ୍ଟାଫ୍ । ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କୋଭିଡ ପାଇଁ ଜାରି ହୋଇଥିବା ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର ହୋଇଛି । ଆଗକୁ ଟଏ/ଚଏ ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ କଲେଜ ଆସିବା ଦରକାର। ଏନେଇ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ ।

Leave A Reply

Your email address will not be published.