ଜଟଣୀ ତିରିମଲ ମୁଖ୍ୟ ରାସ୍ତା କାର୍ଯ୍ୟ ଶୁଭାରମ୍ଭ

0 224

ଜଟଣୀ,୫/୭(ଏସଏସନିୟୁଜ) ଜଟଣୀ ଥାନା ପାଖ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ଏହି ଜଟଣୀ ତିରିମଲ ମୁଖ୍ୟ ରାସ୍ତାଟି ଦୀର୍ଘଦିନଧରି ଖାଲଖମାରେ ପରିଣତ ହୋଇରହିଥିଲା ।ଆଜି ଏହିରାସ୍ତାକାର୍ଯ୍ୟ ନିମନ୍ତେ ଜଟଣୀବିଧାୟକ ସୁର ରାଉତରାୟ ଭିତ୍ତିପ୍ରସ୍ତର ସ୍ଥାପନ ସହିତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।ଦୀର୍ଘଦିନଧରି ଅବହେଳିତଭାବେ ରହି ପଥଚାରୀମାନଙ୍କ ମାନଙ୍କ ପାଇଁ ଅନୁପଯୁକ୍ତ ପାଲଟିଥିଲା ଏହି ରାସ୍ତା । ରାସ୍ତାର ପୁଃନଉଦ୍ଧାର ପାଇଁ ବିଧାୟକ ଉଦ୍ୟମ କରିଥିବାରୁ ଅଂଚଳବାସିଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପୁତ୍ର କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସମେତ କଂଗ୍ରେସ କର୍ମୀ ଓ ନେତାମାନେ ଉପସ୍ଥିତଥିଲେ ।

Leave A Reply

Your email address will not be published.