୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ,ମୃତ ୫୨

0 175

ଭୁବନଶ୍ୱେର,୫/୭(ଏସଏସନିୟୁଜ) ରାଜ୍ୟରେ ୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସଂଗରୋଧରୁ ୧୫୯୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୨୦୬ଜଣ ରହିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଂଜରୁ ୧୯୧, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪, ଯାଜପୁରରୁ ୧୫୩, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଛି । ଆଜି ସର୍ବାଧିକ ୫୨ ଆକ୍ରାନ୍ତଙ୍କ ଜୀବନ ଯାଇଛି ।ମୃତକଙ୍କ ମଧ୍ୟରେ ବରଗଡ଼, ଭୁବନେଶ୍ୱର, ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪ ଓ ଖୋର୍ଦ୍ଧାରୁ ୯ ଜଣ, କଟକ, କନ୍ଧମାଳ, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ,ଭଦ୍ରକ, ‍ବୌଦ୍ଧ, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.