ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ବନପାଳ

0 230

ମାଲକାନଗିରି,୫/୭(ଏସଏସନିୟୁଜ) ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫହୋଇ କୋର୍ଟ ଚାଲାଣ ହୋଇଛନ୍ତି ।ଏହିଭଳି ଘଟଣା ମାଲକାନଗିରି ଜିଲ୍ଲା ରେ ଘଟିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାର ମୁରଲିଧର ଅନୁଗୁଳିଆ ନାମକ ବନପାଳ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଜନୈକା ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା।
ଏପ୍ରିଲ ମାସ ୫ ତାରିଖ ଦିନ ଯୁବତୀ ଜଣକ ବନପାଳ ମୁରଲୀଙ୍କ ବାସଭବନକୁ ବୁଲିବାକୁ ଯାଇଥିବାବେଳେ ଯୁବତୀଙ୍କ ଅନିଛା ସତ୍ତ୍ୱେ ତାକୁ ଦୁଷ୍କର୍ମ କରିଥିଲେ।ପରେ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ।ଦୁଇ ପରିବାର ମଧ୍ୟ ଏ ସଂପର୍କ ବିଷୟରେ ଜାଣିବାପରେ ବିବାହ ପାଇଁ ଉଭୟ ପରିବାର ମନସ୍ଥ କରିଥିଲେ।ଏହି ସୁଯୋଗରେ ଏପ୍ରିଲ ୬ ତାରିଖରୁ ୧୨ ତାରିଖ ପର‌୍ୟ୍ୟନ୍ତ ବନପାଳ ମୁରଲୀ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଆସୁଥିଲେ। ଯୁବତୀ ବନପାଳ ମୁରଲୀକୁ ବିବାହ ପାଇଁ ବାଧ୍ୟ କରିଥିଲା। ତେବେ ମୁରଲୀ ବିବାହ କରିବାକୁ ସଂପୂର୍ଣ୍ଣ ମନା କରିଦେଇଥିଲା। ପରେ ଯୁବତୀ ଜଣକ ଏସଡିଜେଏମ କୋର୍ଟରେ ଏତଲା ଦାୟର କରିବାପରେ ଏସଡିଜେଏମଙ୍କ ନିର୍ଦେଶକ୍ରମେ ମାଲକାନଗିରି ପୁଲିସ କେଶ ନମ୍ବର ୨୪୪ରେ ରୁଜୁ କରି ବନପାଳ ମୁରଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave A Reply

Your email address will not be published.