ଆଜିର ଅନୁଚିନ୍ତା

ତାରିଖ - ୦୫:୦୭:୨୦୨୧,ସୋମବାର

0 531

ଦେହଧାରୀ ଜୀବ ସ୍ବର୍ଗ ଓ ନରକ ଉଭୟରେ ଇନ୍ଦ୍ରିୟଜନୀତ ସୁଖଦୁଃଖ ଅନୁଭବ କରିଥାଏ । ବିନା ଇଚ୍ଛା ବା ବିନା ପ୍ରଯତ୍ନରେ ଦୁଃଖ ଯେପରି ଆସେ ,ସୁଖ ମଧ୍ୟ ସେହିପରି ଆସେ । ତେଣୁ ବୁଦ୍ଧିମାନ ଲୋକ ସୁଖ ପାଇବାର ଇଚ୍ଛା ରଖିବା ଉଚିତ ନୁହେଁ । ଆହାର ବିଷୟରେ ବୁଝାଇ ଭଗବାନ କହୁଛନ୍ତି :-
ଆହାରେ ଭଲମନ୍ଦ ନାହିଁ ଯେ ସ୍ଥାନେ ଯେ ଯାହା ମିଳଇ
ସନ୍ତୋଷେ କରଇ ଆହାର ଏଣେ ବିଚାର ନାହିଁ ମୋର
ଅଳପେ ବହୁତେ ସନ୍ତୋଷ ନ ମିଳେ କରେ ଉପବାସ ।।
ଯେଉଁଠି ଯେତିକି ମିଳିଲା, ସ୍ବାଦ ଅସ୍ବାଦ, ଅଲ୍ପ ବହୁତ, ନ କହି କେବଳ ଉଦରପୋଷଣ ନିମନ୍ତେ ହିଁ ଆହାର ଗ୍ରହଣ କରିବା ଉଚିତ । ଅଜଗର ଯେପରି ଗୋଟିଏ ସ୍ଥାନରେ ପଡିରହି ଯେତିକି ମିଳିଲା ସେତିକି ଖାଇଦିଏ ,ସେହିପରି ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ହେବା ଉଚିତ ।ଏଠାରେ ଆହାରର ଭଲମନ୍ଦ ଅର୍ଥ ହେଲା ସ୍ବାଦ ଅସ୍ବାଦ , ଅଳ୍ପ ବହୁତ ନ ଭାବିବା କିନ୍ତୁ ଭକ୍ଷ ଅଭକ୍ଷ ନୁହେଁ । ( ହେଲେ ଆଜିକାଲି ଆମେ ଏଇ ମୂଲ୍ୟବାନ ଭାଗବତ ବାଣୀର ଅର୍ଥକୁ ନ ବୁଝି ଭଲମନ୍ଦ କିଛି ନାହିଁ , ଯାହା ତାହା ଖାଇବାପାଇଁ କୁହାଯାଇଛି ବୋଲି ଅଭକ୍ଷ ଭକ୍ଷଣ କରିଚାଲିଛେ )
ଆଜିର ଅନୁଚିନ୍ତା
?ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ ।
?ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର ।
?ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ ।
?ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, ଏମିତି ନିଦ ନ ଆସୁ ଯାହାକୁ ମୃତ୍ୟୁ କୁହାଯାଏ ।
?ଯେଉଁ Relationship ରେ ସ୍ବାର୍ଥ ଆସିଯାଏ ସେ ସମ୍ପର୍କ କାଚ ଭଳି ଭାଙ୍ଗି ଯାଏ ,ଯେଉଁ Relationships ରେ ସ୍ବାର୍ଥ ନ ଥାଏ ସେ ସମ୍ପର୍କ ସବୁବେଳେ ହୀରା ଭଳି ଚମକୁଥାଏ,,,,,।

।।ଓଁ ନମଃ ଶିବାୟ।।ଶୁଭ ସୋମବାର।। ମୋର ପ୍ରିୟ ସାଥୀ ଆଜି ସୋମବାର ଖଳିଲାଗି ଏକାଦଶୀ ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ।। ଜୟ ଜଗନ୍ନାଥ,ଜୟ ସୋମନାଥ।

Leave A Reply

Your email address will not be published.