ବଢ଼ୁଛି ଦ୍ୱନ୍ଦ୍ୱ

ଖବର ଆଜିର,ତାରିଖ ୦୫-୦୭-୨୦୨୧/ସୋମବାର

0 652

୧– ପୁରୀକୁ ଉଡିବ ବିମାନ। ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବ। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ସବୁକିଛି ଠିକଠାକ ରହିଲେ ଏହି ସମୟରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।
୨-ଜାନୁଆରି ୧୬ରୁ ଓଡ଼ିଶାରେ ଆରମ୍ଭ ହୋଇଥିବା କୋଭିଡ ଟିକାକରଣ ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଟିକାକରଣର ୭ମାସ ନ ପୂରୁଣୁ ୧କୋଟି ୨୨ଲକ୍ଷ ୩୬ହଜାର ୪୮୩ ଡୋଜ୍‌ ଟିକା ଦିଆଯାଇଛି।
୩–ପଶ୍ଚିମବଙ୍ଗ ଦଙ୍ଗା : ଜୁଲାଇ ୬ରୁ ପୁଣି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ଏନଏଚଆରସି ଦଳ ।
୪-ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ସ୍ଥିର ରହୁଛି ମୃତ୍ୟୁ ସଂଖ୍ୟା । କାହିଁକି କମୁନି ମୃତ୍ୟୁ ସଂଖ୍ୟା, ବଢ଼ୁଛି ଦ୍ୱନ୍ଦ୍ୱ ।
୫-ଲିଞ୍ଚିଂରେ ସାମିଲ୍‌ ଲୋକେ ହିନ୍ଦୁତ୍ବ ବିରୋଧୀ, ରାଜନୀତି ଏକତା ଭଙ୍ଗ କରିବାର ଅସ୍ତ୍ର: ମୋହନ ଭାଗବତ ।
୬-ଅଲିମ୍ପିକ୍ସ ଟିକଟ୍ ପାଇବା ପରେ ସମ୍ବର୍ଦ୍ଧନା ଉତ୍ସବରେ ଦୂତୀଙ୍କ ବୟାନ । କହିଲେ, ତାଙ୍କୁ ନେଇ ବିବାଦ ହେଲେ, ସେତିକି ମାତ୍ରାରେ ବଢ଼େ ସଫଳତା ।
୭-ବଞ୍ଚାଇ ଦେଉଛି କରୋନା ଟିକା । ଆମେରିକାର ବିଶିଷ୍ଟ ଡାକ୍ତର କହିଲେ, ମୃତକଙ୍କ ମଧ୍ୟରୁ ୯୯ ଦଶମିକ ୫ ପ୍ରତିଶତ ନେଇନଥିଲେ କରୋନା ଟିକା ।
୮-ଇଟାଲୀରେ‘ଇଣ୍ଡିଆନ ଆର୍ମି ୱାର ମେମୋରିଆଲ’ ଉଦଘାଟନ କରିବେ ନରୱାଣେ ।
୯– ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ତୃତୀୟ ଲହର ମୁକାବିଲା ନେଇ ଏକ ଏସ୍‌ଓପି ପ୍ରସ୍ତୁତ ହୋଇଛି- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସୂଚନା ।
୧୦–ପ୍ରେସ ରିଲିଜରେ ମାଓ ସଂଗଠନ ପକ୍ଷରୁ ମାଓ ସଂଗଠନ ପକ୍ଷରୁ ମାଓ ମୃତ୍ୟୁ ନେଇ ତଥ୍ୟ। ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ-ମାଓ ସେଣ୍ଟ୍ରାଲ କମିଟି। ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ। ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା ।
୧୧– ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି। ରବିବାର ଡେରାଡୁନ ସ୍ଥିତ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।
୧୨–ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।
୧୩–ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର
୧୪-ସୌମ୍ୟଙ୍କ ସପକ୍ଷରେ ଭର୍ତ୍ତୃହରି; କହିଲେ ‘ଭିନ୍ନ ମତକୁ ଦିଆଯାଉ ସମ୍ମାନ’
୧୫-କେନ୍ଦୁଝରରେ ଅଭାବନୀୟ ଘଟଣା । ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ, ଅଳ୍ପକେ ବର୍ତ୍ତିଲେ ଗୋରୁଚରାଳି ।
୧୬-୨୪୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।
୧୭-ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ଘରେ ରହି ରଥଯାତ୍ରା ଦେଖିବାକୁ ଦେଲେ ଆହ୍ୱାନ ।
୧୮-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.