ବାହାର ଲୋକଙ୍କୁ ପୁରୀ ମନା

0 171

ପୁରୀ , ୧୦/୭(ଏସଏସନିୟୁଜ) ମହାମାରୀ କରୋନାପାଇଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏଥର ବିନାଭକ୍ତରେ ଓ କଟକଣା ମଧ୍ୟରେ ହେବାକୁ ଯାଉଛି । ପୁରୀ ସହରରେ ୧୧ ତାରିଖ ରାତି ୮ଟାରୁ କର୍ପ୍ୟୁ ଲାଗୁ ହେବ । ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପୁରୀ ସହରରେ ଜୁଲାଇ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ତ ୧୪୪ ଧାରା ବଳବତ୍ତର ରହିବ। ପୁରୀ ସହରରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବଡ଼ଦାଣ୍ଡରେ ଥିବା ଲଜ୍‌, ହୋଟେଲ ସବୁକୁ ତତ୍କାଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଏଥିପାଇଁ ଜିଲ୍ଲାର ୮ଟି ଜାଗାରେ ନାକାବନ୍ଦୀ ବି ଆରମ୍ଭ ‌ହୋଇଛି। ଏହାବାଦ୍ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍ ଷ୍ଟେସନ୍ ଛକ ଆଦି ସହରର ତିନି ପ୍ରମୁଖ ପ୍ରବେଶ ପଥ ସିଲ୍ କରାଯିବ। ଏହି ତିନି ଦିନ ବାହାର ଲୋକଙ୍କୁ ସହରକୁ ପ୍ରବେଶରେ କଟକଣା ଲଗାଯାଇଛି।

Leave A Reply

Your email address will not be published.